Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Politics > ରାୟଗଡ଼ାରେ BSP ଦଳର ମିଶ୍ରଣ ପର୍ବ, ପ୍ରାୟ ୩୦ ଜଣ ନେତା–କର୍ମୀ ଯୋଗଦେଲେ

ରାୟଗଡ଼ାରେ BSP ଦଳର ମିଶ୍ରଣ ପର୍ବ, ପ୍ରାୟ ୩୦ ଜଣ ନେତା–କର୍ମୀ ଯୋଗଦେଲେ

By brother ansu Jan 04, 2026 1 min read
ରାୟଗଡ଼ାରେ BSP ଦଳର ମିଶ୍ରଣ ପର୍ବ, ପ୍ରାୟ ୩୦ ଜଣ ନେତା–କର୍ମୀ ଯୋଗଦେଲେ
ରାୟଗଡ଼ାରେ BSP ଦଳର ମିଶ୍ରଣ ପର୍ବ, ପ୍ରାୟ ୩୦ ଜଣ ନେତା–କର୍ମୀ ଯୋଗଦେଲେ

ରାୟଗଡ଼ା ଜିଲ୍ଲାରେ ବହୁଜନ ସମାଜ ପାର୍ଟି ପକ୍ଷରୁ ଆଜି ଏକ ମିଶ୍ରଣ ପର୍ବ ସଫଳତାର ସହ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ BSP ର ରାଜ୍ୟସଭା ପତି ଜିତୁ ଜାକାସିକାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।

ରାୟଗଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୩୦ ଜଣ ନେତା ଓ କାର୍ଯ୍ୟକର୍ତ୍ତା ଅଧିକାରିକ ଭାବେ ବହୁଜନ ସମାଜ ପାର୍ଟିରେ ଯୋଗଦେଇଥିଲେ।

ମୁନିଗୁଡ଼ା ବ୍ଲକ, କଲ୍ୟାଣୀସିଂପୁର ବ୍ଲକ ଏବଂ ବିଷମ କଟକ ବ୍ଲକରୁ ଆସିଥିବା ଅନେକ ସମର୍ଥକ BSP ଦଳର ନୀତି ଓ ଆଦର୍ଶରେ ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଥିଲେ।

ଏହି ଅବସରରେ ଜିତୁ ଜାକାସିକା କହିଥିଲେ ଯେ, ବହୁଜନ ସମାଜ ପାର୍ଟି ସର୍ବଦା ଗରିବ, ଶୋଷିତ ଓ ଦଳିତ ବର୍ଗଙ୍କ ଅଧିକାର ପାଇଁ ସଂଘର୍ଷ କରିଆସୁଛି।

ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ BSP ଦଳ ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଦଳରେ ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନେ ମଧ୍ୟ ଦଳକୁ ଶକ୍ତିଶାଳୀ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ଆଗକୁ ଆଣିବା ପାଇଁ ସକ୍ରିୟ ଭାବେ କାମ କରିବେ ବୋଲି ମତ ପ୍ରକାଶ କରିଥିଲେ।

No video available for this news.