Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ଆନନ୍ଦମାର୍ଗ ୟୁନିଭର୍ଷାଲ ରିଲିଫଟିମ୍ ତରଫରୁ ଶୀତବସ୍ତ୍ର ପ୍ରଦାନ

ଆନନ୍ଦମାର୍ଗ ୟୁନିଭର୍ଷାଲ ରିଲିଫଟିମ୍ ତରଫରୁ ଶୀତବସ୍ତ୍ର ପ୍ରଦାନ

By Aditya Dec 06, 2025 1 min read
ଆନନ୍ଦମାର୍ଗ ୟୁନିଭର୍ଷାଲ ରିଲିଫଟିମ୍ ତରଫରୁ ଶୀତବସ୍ତ୍ର ପ୍ରଦାନ

ପଲଶାଗୋରାରେ ଆନନ୍ଦମାର୍ଗ ୟୁନିଭର୍ଷାଲ ରିଲିଫ୍ ଟିମ୍ ବୌଦ୍ଧ ଶାଖା ଦ୍ୱାରା ସ୍ୱିଟର ଏବଂ କମ୍ବଳ ପ୍ରଦାନ

 

ବୌଦ୍ଧ ଜିଲ୍ଲା, କଣ୍ଟାମାଳ ବ୍ଲକ୍‌:

ପଲଶାଗୋରା ଗ୍ରାମରେ ଆନନ୍ଦମାର୍ଗ ୟୁନିଭର୍ଷାଲ ରିଲିଫ୍ ଟିମ୍ ବୌଦ୍ଧ ଶାଖାର ପରିଚାଳନାରେ ଏବଂ ଶାନ୍ତି ଦେବୀ ଏଣ୍ଟରପ୍ରାଇଯେସ ବୌଦ୍ଧ ଙ୍କ ସହଯୋଗରେ ଗ୍ରାମର ଅସହାୟ ବୃଦ୍ଧ ପିତା,ମାତା ମାନଙ୍କୁ କମ୍ବଳ ଏବଂ ଛୋଟ ଛୋଟ ଶିଶୁମାନଙ୍କୁ ସ୍ୱିଟର ପ୍ରଦାନ କରାଯାଇଛି।

 

ଶୀତ ଋତୁର କଷ୍ଟ ହ୍ରାସ ପାଇଁ ଆନନ୍ଦମାର୍ଗ ୟୁନିଭର୍ଷାଲ ରିଲିଫ୍ ଟିମ, ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ସୁସ୍ଥ ସମାଜିକ କାର୍ଯ୍ୟକ୍ରମରେ ଗାଁର ଭଦ୍ରବ୍ୟକ୍ତି ଏବଂ ସାମାଜିକ କର୍ମୀ ବବ୍ରୁ ବାହନ କର୍ଣ୍ଣ, ବରିଷ୍ଠ ଶିକ୍ଷକ ଅଜିତ କୁମାର ଗିରି, ଶିକ୍ଷକ ଶକ୍ତିଦାସ ପୁଝାରୀ, ମୁକ୍ତେଶ୍ୱର ସାଲମା ଏବଂ ଅନ୍ୟମାନେ ସକ୍ରିୟ ଭାବରେ ସହଯୋଗ କରିଥିଲେ।

 

ସମାଜିକ ସେବାର ଏହି ପ୍ରୟାସକୁ ଗ୍ରାମବାସୀମାନେ ଭୂରି ଭୂରି ପ୍ରଶଂସା କରିଥିଲେ। ପ୍ରାଉଟିଷ୍ଟ ବ୍ଲକ୍ ଇଣ୍ଡିଆ ଭବିଷ୍ୟତରେ ଏପରି ମାନବ ସେବାମୂଳକ କାର୍ଯ୍ୟକ୍ରମ ଅବ୍ୟାହତ ରଖିବା ପ୍ରତିଶ୍ରୁତି ଦେଇଛି।

No video available for this news.