Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ

ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ

By brother ansu Jan 23, 2026 0 min read
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ

ଆଜି ରାୟଗଡ଼ା ଜିଲ୍ଲାର ବିଷମକଟକ ସହରସ୍ଥିତ ହସ୍ପିଟାଲ୍ ଛକ ଠାରେ ଭାରତର ଅମର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀ ଗମ୍ଭୀର ଓ ଭକ୍ତିମୟ ପରିବେଶରେ ପାଳନ କରାଯାଇଛି।

ଏହି ଅବସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଓ ଧୂପ ଅର୍ପଣ କରାଯାଇ ତାଙ୍କର ଦେଶପ୍ରେମ, ସାହସ ଓ ବଳିଦାନକୁ ସ୍ମରଣ କରାଯାଇଥିଲା। ନେତାଜୀ ଭାରତ ମାତା ପାଇଁ ନିଜ ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରି ସ୍ୱାଧୀନତା ସଂଗ୍ରାମରେ ଏକ ଅଦ୍ୱିତୀୟ ଦୃଷ୍ଟାନ୍ତ ସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ବିଷମକଟକ ବ୍ଲକର ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ଅଶ୍ୱିନୀ ପାଲକା, ଜବାବ ପାଲକା, ରଘୁନାଥ ପଣ୍ଡା, ଜ୍ଞାନରଞ୍ଜନ ପାଳ, ସମର ଶେଖର ସାହୁ, ଚନ୍ଦ୍ରକାନ୍ତ ପାଲକା, କାଶୀନାଥ ପାଳ, ଦିଲ୍ଲୀପ କୁମାର ପାଢ଼ିଆରୀ, ଦୀନବନ୍ଧୁ ପିରିବାକା ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ନେତାଜୀଙ୍କ ଆଦର୍ଶକୁ ଅନୁସରଣ କରି ଦେଶ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଜଣାଇଥିଲେ।

କାର୍ଯ୍ୟକ୍ରମ ଶେଷରେ “ନେତାଜୀ ସୁଭାଷ ଚନ୍ଦ୍ର ବୋସ ଅମର ରହେ” ଓ “ଭାରତ ମାତା କି ଜୟ” ନାରାରେ ସମଗ୍ର ପରିବେଶ ଗଞ୍ଜିଉଠିଥିଲା।

ରିପୋର୍ଟ : ଜବାବ ପାଲକା

ରାୟଗଡ଼ା ଜିଲ୍ଲା

ବିପ୍ଳବୀ ପରିକ୍ରମା

No video available for this news.