Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ନାକା ଯାଞ୍ଚରେ ୨୮ କିଲୋ ଗଞ୍ଜେଇ ଜବତ, NDPS ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ନାକା ଯାଞ୍ଚରେ ୨୮ କିଲୋ ଗଞ୍ଜେଇ ଜବତ, NDPS ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

By brother ansu Jan 15, 2026 1 min read
ନାକା ଯାଞ୍ଚରେ ୨୮ କିଲୋ ଗଞ୍ଜେଇ ଜବତ, NDPS ମାମଲାରେ ଦୁଇ ଅଭିଯୁକ୍ତ ଗିରଫ
ନାକା ଯାଞ୍ଚରେ ୨୮ କିଲୋ ଗଞ୍ଜେଇ ଜବତ, NDPS ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

୧୪.୦୧.୨୦୨୫ ତାରିଖରେ ମୁନିଗୁଡ଼ା ଥାନା ପକ୍ଷରୁ ଚାଲୁଥିବା “ଅପରେସନ୍ ଷ୍ଟ୍ରାଇକ୍” ଅଭିଯାନ ଅଧୀନରେ ନାକା ଯାଞ୍ଚ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ NDPS ମାମଲା ପଞ୍ଜିକୃତ ହୋଇଛି।

ନାକା ଯାଞ୍ଚ ବେଳେ ପୋଲିସ ୨୮ କିଲୋ ୨୦୦ ଗ୍ରାମ ନିଷିଦ୍ଧ ଗଞ୍ଜେଇ ଜବତ କରିଥିବା ସହିତ ଗୋଟିଏ ଅଟୋ ରିକ୍ସା (ପଞ୍ଜିକାର ନଂ OD-12-F-7319), ଦୁଇଟି ମୋବାଇଲ୍ ଫୋନ୍ ଏବଂ ୧୦,୦୦୦/- ଟଙ୍କା ନଗଦ ମଧ୍ୟ ଜବତ କରିଛି।

ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ—

ଅହିତା ମଣ୍ଡଳ (୨୫ ବର୍ଷ), ପିତା – ଲଚ୍ଛିନ୍ଦ୍ର ମଣ୍ଡଳ ଏବଂ

ସଦ୍ଦାମ ନାୟକ (୨୭ ବର୍ଷ), ପିତା – ନିକାଦମ୍ ନାୟକ।

ଉଭୟ ଅଭିଯୁକ୍ତ ମାଲିପାଡୁ ଗ୍ରାମ, ଥାନା – ତୁମୁଡିବନ୍ଦ, ଜିଲ୍ଲା – କନ୍ଧମାଳ ର ବାସିନ୍ଦା ବୋଲି ଜଣାପଡ଼ିଛି।

ପୋଲିସ ତଦନ୍ତରେ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ତୁମୁଡିବନ୍ଦ ଅଞ୍ଚଳରୁ କେରଳକୁ ବେଆଇନ ଭାବରେ ଗଞ୍ଜେଇ ପରିବହନ କରୁଥିଲେ।

ଏହି ସମ୍ପର୍କରେ ମୁନିଗୁଡ଼ା ଥାନା ମାମଲା ନଂ ୨୦/୨୦୨୬ ରେ NDPS ଆଇନ ଅନୁଯାୟୀ ମାମଲା ପଞ୍ଜିକୃତ କରାଯାଇଛି ଏବଂ ଗିରଫ ଅଭିଯୁକ୍ତମାନଙ୍କୁ ମାନ୍ୟବର କୋର୍ଟରେ ହାଜର କରାଯାଇଛି।

ଘଟଣାର ଅଧିକ ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି।

No video available for this news.