Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରୀ, FIR ପରେ ବି ନିଷ୍କ୍ରିୟ ପୋଲିସ୍ – ବୌଦ୍ଧ କଣ୍ଟାମାଳ

ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରୀ, FIR ପରେ ବି ନିଷ୍କ୍ରିୟ ପୋଲିସ୍ – ବୌଦ୍ଧ କଣ୍ଟାମାଳ

By brother ansu Dec 30, 2025 1 min read
ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରୀ, FIR ପରେ ବି ନିଷ୍କ୍ରିୟ ପୋଲିସ୍ – ବୌଦ୍ଧ କଣ୍ଟାମାଳ
ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରୀ, FIR ପରେ ବି ନିଷ୍କ୍ରିୟ ପୋଲିସ୍ – ବୌଦ୍ଧ କଣ୍ଟାମାଳ

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ପଳସାଗୋରା ଗ୍ରାମପଞ୍ଚାୟତର ଦପଲା-2 ଗ୍ରାମରେ ଅବସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରୀ ଘଟଣା ଘଟିଥିବା ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।

ଗତ 27/12/2025 ରିଖ ରାତିରେ ଦୁର୍ବୃତ୍ତମାନେ ଅଙ୍ଗନୱାଡ଼ି କେନ୍ଦ୍ରର ତାଳା ଭାଙ୍ଗି ଗ୍ୟାସ୍ ସିଲିଣ୍ଡର୍, ଅଣ୍ଡା, ଚାଉଳ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଆସବାବପତ୍ର ଚୋରୀ କରିନେଇଛନ୍ତି।

ଏହି ଘଟଣା ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀ ଲିଜା ରଣା ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ (FIR) ଦାଖଲ କରିଛନ୍ତି। କିନ୍ତୁ ଅଭିଯୋଗ ହୋଇଥିବା ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ଚୋରମାନେ ଏପର୍ଯ୍ୟନ୍ତ ଧରାପଡ଼ୁନାହାନ୍ତି।

ପୋଲିସ୍ ନିଷ୍କ୍ରିୟତାକୁ ନେଇ ଗ୍ରାମବାସୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଶୀଘ୍ର ଚୋରୀ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

No video available for this news.