Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ବଡ଼ଗାଁ ଲ୍ୟାମ୍ପସ ଧାନ ମଣ୍ଡିର ଶୁଭାରମ୍ଭ: ଉପ ବାଚସ୍ପତି ଭବାନୀ ଶଙ୍କର ଭୋଈ ଯୋଗଦାନ

ବଡ଼ଗାଁ ଲ୍ୟାମ୍ପସ ଧାନ ମଣ୍ଡିର ଶୁଭାରମ୍ଭ: ଉପ ବାଚସ୍ପତି ଭବାନୀ ଶଙ୍କର ଭୋଈ ଯୋଗଦାନ

By brother ansu Dec 23, 2025 1 min read
ବଡ଼ଗାଁ ଲ୍ୟାମ୍ପସ ଧାନ ମଣ୍ଡିର ଶୁଭାରମ୍ଭ: ଉପ ବାଚସ୍ପତି ଭବାନୀ ଶଙ୍କର ଭୋଈ ଯୋଗଦାନ
ବଡ଼ଗାଁ ଲ୍ୟାମ୍ପସ ଧାନ ମଣ୍ଡିର ଶୁଭାରମ୍ଭ: ଉପ ବାଚସ୍ପତି ଭବାନୀ ଶଙ୍କର ଭୋଈ ଯୋଗଦାନ

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲି., ବଡ଼ଗାଁ (ବଡ଼ଗାଁ ଲ୍ୟାମ୍ପସ) ପକ୍ଷରୁ ଧାନ ମଣ୍ଡିର ଶୁଭାରମ୍ଭ ସଫଳତାର ସହ କରାଯାଇଛି।

ଏହି ଅବସରରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଈ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନ ମଣ୍ଡିର ଉଦ୍‌ଘାଟନ କରିଥିଲେ। ସେ ଚାଷୀମାନଙ୍କୁ ସରକାରୀ ଯୋଜନାର ସଦୁପଯୋଗ କରି ଲାଭ ଉଠାଇବାକୁ ଆହ୍ୱାନ କରିଥିଲେ।

ସମ୍ମାନୀୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଦୁଲାରି ସରେଙ୍ଗ, MD ଭେଷଜ ବୋରିଆ, ଲ୍ୟାମ୍ପସ କର୍ମଚାରୀ ସଞ୍ଜୟ ବେହେରା, ପ୍ରଦ୍ୟୁମ୍ନ ବିଶି, ସୁନିଲ ସା, ଲ୍ୟାମ୍ପସ ପ୍ରେସିଡେଣ୍ଟ ଭୁଲୁକୁ ଠେମେରିଆ, ଉପ ସଭାପତି ଅହଲ୍ୟା ଲାକ୍ରା, ଜିଲ୍ଲା ପରିଷଦ ସଦସ୍ୟ ଅମିୟ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ଶିଶିର ରାଉତ ରାୟ, ବିଧାୟକ ପ୍ରତିନିଧି ବାବୁଲି କରସେଲ ଉପସ୍ଥିତ ଥିଲେ।

ଏହା ସହ ଚାଷୀ ରତ୍ନାକର ସାହା, ପ୍ରଫୁଲ୍ଲ ବିଶି, ପ୍ରିତବାସ ପଣ୍ଡା ସହ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ରହି ଧାନ ମଣ୍ଡି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏହି ଧାନ ମଣ୍ଡି ଆରମ୍ଭ ହେବା ଦ୍ୱାରା ବଡ଼ଗାଁ ବ୍ଲକ୍‌ର ଚାଷୀମାନେ ନ୍ୟାୟସଙ୍ଗତ ଦରରେ ଧାନ ବିକ୍ରୟ କରିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ୍ ରୁ ସନ୍ତୋଷ ଧନୁଆରଙ୍କ ରିପୋର୍ଟ – ବିପ୍ଳବୀ ପରିକ୍ରମା।

No video available for this news.