ବିଷମକଟକରେ ବିରାଟ ବିଶ୍ୱ ହିନ୍ଦୁ ସମ୍ମିଳନୀ | ୪ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ
ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକରେ ଆଜି ‘ସମଗ୍ର ହିନ୍ଦୁ ସମାଜ’ ତରଫରୁ ବିରାଟ ବିଶ୍ୱ ହିନ୍ଦୁ ସମ୍ମିଳନୀ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ସଫଳତାର ସହିତ ଆୟୋଜିତ ହୋଇଥିଲା।
ସକାଳ ୮ଟା ସମୟରେ ପବିତ୍ର କଳସ ଯାତ୍ରା ଆରମ୍ଭ ହୋଇ ବିଷମକଟକ ସହର ପରିକ୍ରମା କରି ପବିତ୍ର କଳସ ସ୍ଥାପନ କରାଯାଇଥିଲା। ଏହା ପରେ ସୂର୍ଯ୍ୟ ପୂଜା, ବିଶ୍ୱ ଶାନ୍ତି ମହାଯଜ୍ଞ, ହନୁମାନ ଚାଳିଶା ପାଠ, ଗୀତା, ଭାଗବତ ପାଠ ସହ ରାମାୟଣ ଓ ମହାଭାରତ ଉପରେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସମ୍ମିଳନୀରେ ଗୋମାତା ସୁରକ୍ଷା, ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା, ହିନ୍ଦୁ ଏକତା, ଦାନ–ଧର୍ମ ଓ କର୍ମର ମହତ୍ତ୍ୱ ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଇଥିଲା।
ଏହି ବିଶାଳ ସମ୍ମିଳନୀରେ ପ୍ରାୟ ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ଓ ହିନ୍ଦୁ ସମାଜର ଲୋକେ ଯୋଗଦେଇ ସନାତନ ସଂସ୍କୃତି ଓ ଧର୍ମ ଜାଗରଣର ସନ୍ଦେଶ ପ୍ରସାର କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଧର୍ମ ଜାଗରଣ ସଂଯୋଜକ ପ୍ରଭାତ କୁମାର ମହାପାତ୍ର, ବିଶ୍ୱ ହିନ୍ଦୁ ପରିଷଦର ବାବା ମଧୁସୂଦନ ଦାସ ଏବଂ କେନ୍ଦ୍ରୀୟ ମାର୍ଗଦର୍ଶକ ସ୍ୱାମୀ ନିର୍ବାଣାନନ୍ଦ ଗିରି ଯୋଗଦେଇ ସନାତନ ଧର୍ମ ଓ ହିନ୍ଦୁ ଏକତା ବିଷୟରେ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।

ଏହି ସମ୍ମିଳନୀ ସଫଳ କରିବାରେ ନେତ୍ରାନନ୍ଦ ସତପଥି, ସୁବୋଧ କୁମାର ପ୍ରଧାନୀ, ସୁବାସ ଚନ୍ଦ୍ର ବକ୍ସି, ମୂରଳୀଧର ବେହେରା, ମକରଧ୍ୱଜ ଉତ୍ତରାସିଲ, କୁଲୁନାଥ ପାଢ଼ୀ, ସାଇରାମ ପଟ୍ଟନାୟକ, ଅମିତ କୁମାର ପାଢ଼ୀ, ଶୁଭମ୍ ମହାପାତ୍ର, ଶିବପ୍ରସାଦ ପାଢ଼ୀ, ବାଳମୁକୁନ୍ଦ ପାଳ, ଜବାବ ପାଲକା, ଗଦାଧର ତ୍ରିପାଠୀ, ବିଘ୍ନ କୁମାର ପାତ୍ର, ଶିବ ସାହୁ,ଲକ୍ଷ୍ମୀକାନ୍ତ ପଣ୍ଡା, ଶଙ୍କରଷଣ ରଥ, ରଘୁନାଥ ପଣ୍ଡା, ଜ୍ଞାନରଞ୍ଜନ ପାଳ, ଦୁର୍ଯ୍ୟୋଧନ ପାଳ, ଜି ଅଜୟ କୁମାର ଗୁଡଲା, ଦିଲ୍ଲୀପ ମହାରଣା, ଗୌତମ ଉଲ୍ଲାକା, ବାଦଲ କୁମାର ରଣା, ସର୍ବେଶ୍ୱର ସୁନା, ରାମଦାସ ଉଲ୍ଲାକା, ଅନିଲ କୁମାର ସାହୁ ଓ ତ୍ରୀନାଥ ଗୌଡ଼ ମହତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।
📌 ରିପୋର୍ଟ: ଜବାବ ପାଲକା
📍 ସ୍ଥାନ: ବିଷମକଟକ, ରାୟଗଡ଼ା
📰 ବିପ୍ଳବୀ ପରିକ୍ରମା
Share this article
Stay Updated
Subscribe to our newsletter for latest updates.