Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Politics > ବିଷମକଟକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ

ବିଷମକଟକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ

By brother ansu Mar 22, 2026 0 min read
ବିଷମକଟକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ
ବିଷମକଟକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ

ରାୟଗଡ଼ା ଜିଲ୍ଲାର ବିଷମକଟକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ଆୟୋଜିତ ପ୍ରଶିକ୍ଷଣ ମହାଅଭିଯାନ ଅନ୍ତର୍ଗତ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ୨୨ ମାର୍ଚ୍ଚରୁ ୨୩ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବିଷମକଟକ କଲ୍ୟାଣ ମଣ୍ଡପରେ ଆରମ୍ଭ ହୋଇଛି। ପ୍ରଥମ ଦିନର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ମଣ୍ଡଳ ସଭାପତି ସୋମନାଥ ହିମିରିକାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ନେତାମାନେ ଯୋଗଦେଇ ସଂଗଠନ ଶକ୍ତିବର୍ଦ୍ଧନ, ଦଳୀୟ ନୀତି ଓ ଆଗାମୀ ରଣନୀତି ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ଓବିସି ମୋର୍ଚ୍ଚା ସଭାପତି ରାମଚନ୍ଦ୍ର ବେହେରା ଉପସ୍ଥିତ ଥିବା ବେଳେ, ରାୟଗଡ଼ା ଜିଲ୍ଲା ଉପ ସଭାପତି ଦୂର୍ଯ୍ୟଧନ ପାଳ, କୃଷକ ମୋର୍ଚ୍ଚା ଉପ ସଭାପତି ବାଦଲ କୁମାର ରଣା ଓ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଶିବ ପ୍ରସାଦ ପାଢ଼ୀ ନିଜ ମତାମତ ରଖିଥିଲେ।

ସେହିପରି ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଶୁଭମ ମହାପାତ୍ର, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ସାଇ ରାମ ପଟ୍ଟନାୟକ, ସାଧାରଣ ସମ୍ପାଦକ ରୋହିତ ଦଣ୍ଡସେନା, ସର୍ବେଶ୍ଵର ସୁନା, ମନୋଜ କୁମାର ପଣ୍ଡା, ରାମଦାସ ଉର୍ଲାକା ଓ ଅଙ୍ଗଦ ଟାଟ୍ରୀ ସହ ବହୁ କାର୍ଯ୍ୟକର୍ତ୍ତା ଏହି ଶିବିରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଂଗଠନକୁ ଅଧିକ ସୁଦୃଢ କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଦିଗ ଓ ପ୍ରେରଣା ପ୍ରଦାନ କରିବା।

No video available for this news.