ବିଷମକଟକ ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନସୁନାଣି, ୬୦ଟି ଅଭିଯୋଗ ଗ୍ରହଣ
ଆଜି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନସୁନାଣି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ଜନସୁନାଣିରେ ଜିଲ୍ଲାପାଳ କୁଲକର୍ଣ୍ଣି ଆଶୁତୋଷଙ୍କ ସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକା ସ୍ୱାଥୀ ଏସ୍ କୁମାର, ବ୍ଲକ୍ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ଓ ବିଷମକଟକ ଥାନାର ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ଉପସ୍ଥିତ ଥିଲେ।
ଜନସୁନାଣି ସମୟରେ ସମୁଦାୟ ୬୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ୪୭ଟି ବ୍ୟକ୍ତିଗତ ଓ ୧୩ଟି ସାମୂହିକ ଅଭିଯୋଗ ଥିବା ସୂଚନା ମିଳିଛି।
ଯୁବଗର୍ଜନ ସଂଗଠନ ସଭାପତି ବିଜୟ କିଶୋର ପଟ୍ଟନାୟକଙ୍କ ପକ୍ଷରୁ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନା ଅନ୍ତର୍ଗତ ଏପିଓ ନିଯୁକ୍ତି, ଓପେନ୍ ଜିମ୍ ସ୍ଥାପନା ସହ ବୃଦ୍ଧ ନାଗରିକ ଓ ଯୁବମାନଙ୍କ ପାଇଁ ସାମାଜିକ ଗୋଷ୍ଠୀ କେନ୍ଦ୍ର ସ୍ଥାପନା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା।
ସେହିପରି ସମାଜସେବୀ ବାଲ ମୁକୁନ୍ଦ ପାଲ ଧାନ କ୍ରୟ ପ୍ରକ୍ରିୟା ବିଳମ୍ବ ନେଇ ଅଭିଯୋଗ କରିଥିଲେ। ପୁରୁଣା ବସ୍ଷ୍ଟାଣ୍ଡକୁ ଆର୍ଏମ୍ସି ମାଧ୍ୟମରେ ବିକାଶ କରିବା ଓ ବିଷମକଟକ ବ୍ଲକ୍ରେ ଏମ୍ଜିଏନ୍ଆର୍ଇଜିଏସ୍ ଏପିଓ ପୋଷ୍ଟିଂ କରିବା ପାଇଁ ମଧ୍ୟ ଦାବି ଉଠାଯାଇଥିଲା।
ଯୁବ ସମାଜସେବୀ ଜବାବ ପାଲକା ରାସ୍ତାର ଦୁରବସ୍ଥା ଓ ଭାରୀ ଯାନଚାଳନା ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ନେଇ ଅଭିଯୋଗ କରିଥିଲେ। ଏହାସହ ସମାଜସେବୀ ଓ ୱେବ୍ ମିଡିଆ ସାମ୍ବାଦିକ ସିବ ପ୍ରସାଦ ପାଢ଼ୀ ଘରର ସଂଯୁକ୍ତ କାନ୍ଥ ଭାଙ୍ଗିଦିଆଯାଇଥିବା ନେଇ ଅଭିଯୋଗ ଉପସ୍ଥାପନ କରିଥିଲେ।
ଜିଲ୍ଲାପାଳ ସମସ୍ତ ଅଭିଯୋଗକୁ ଗୁରୁତ୍ୱ ସହ ଶୁଣି ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ଶୀଘ୍ର ତଦନ୍ତ କରି ଯଥାଯଥ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share this article
View More
କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
Jan 17, 2026
ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
Jan 17, 2026
ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
Jan 17, 2026
Stay Updated
Subscribe to our newsletter for latest updates.