ବିଷମକଟକ ତହସିଲ କାର୍ଯ୍ୟାଳୟରେ ରାଜ୍ୟ କୃଷକ ସଂଘର ଦାବୀପତ୍ର ପ୍ରଦାନ, ଚାଷୀ ସମସ୍ୟାକୁ ନେଇ ଗର୍ଜନ

ରାଜ୍ୟ କୃଷକ ସଂଘ ସଭାପତିଙ୍କ ପ୍ରଭାକର ନାୟକ ଙ୍କ ନେତୃତ୍ୱରେ ଆଜି ବିଷମକଟକ ତହସିଲ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଅନୁପସ୍ଥିତିରେ, ତହସିଲ ବଡ଼ବାବୁ କାଳୀଚରଣ ରଥ ମହୋଦୟ ଦାବୀପତ୍ର ଗ୍ରହଣ କରିଥିଲେ ।
ଏହି ଅବସରରେ ରାୟଗଡ଼ା ଜିଲ୍ଲା ସଭାପତି ବାଳ ମୁକୁନ୍ଦ ପାଳ, ଜିଲ୍ଲା କ୍ୟାସିଅର ଅମିତ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ଜବାବ ପାଲକା, ମୁନିଗୁଡା ବ୍ଲକ ସଭାପତି ସୁକାନ୍ତ କୁମାର ସେଠୀ, ବିଷମକଟକ ବ୍ଲକ କୃଷକ ଶିବ ପ୍ରସାଦ ପାଢ଼ୀ, ବିଷମକଟକ ବ୍ଲକ କୃଷି ସଭାନେତ୍ରୀ ଏସ୍.କେ. ପଙ୍କଜିନୀ ନାଗ, ଯୁବ ଚାଷୀ ଜି ଅଜୟ କୁମାର ଗୁଡ଼ଲା, ଭି. ଅଶୋକ, ଶଶୀ ଭୂଷଣ ବେହେରା ଓ ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଚାଷୀମାନଙ୍କ ପକ୍ଷରୁ ଧାନ କ୍ରୟରେ ହେଉଥିବା ବିଳମ୍ବ, ଟୋକେନ୍ ଅଭାବ, କଟଣୀ–ଛଟଣୀ ନାମରେ ଚାଲିଥିବା ଅନିୟମ ଓ ଦୁର୍ନୀତିକୁ ତୁରନ୍ତ ବନ୍ଦ କରିବା ସହ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କ୍ରୟ କରିବାକୁ ଦାବୀ କରାଯାଇଛି ।
ଦାବୀପତ୍ର ଗ୍ରହଣ କରିଥିବା ତହସିଲ ବଡ଼ବାବୁ କାଳୀଚରଣ ରଥ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଆଶ୍ୱାସନ ଦେଇଥିବା ଜଣାପଡ଼ିଛି ।
ବର୍ତ୍ତମାନ ଚାଷୀମାନେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଆଶା କରୁଛନ୍ତି ।
Share this article
View More
କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
Jan 17, 2026
ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
Jan 17, 2026
ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
Jan 17, 2026
Stay Updated
Subscribe to our newsletter for latest updates.