Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ତୃତୀୟ ଦିନରେ ମଧ୍ୟ ଆରମ୍ଭ ହେଲାନି ଧାନ କିଣା, ବୌଦ୍ଧ ଜିଲ୍ଲାର ପଲଶାଗୋରା ବଜାରରେ ଚାଷୀ ଅସନ୍ତୋଷ

ତୃତୀୟ ଦିନରେ ମଧ୍ୟ ଆରମ୍ଭ ହେଲାନି ଧାନ କିଣା, ବୌଦ୍ଧ ଜିଲ୍ଲାର ପଲଶାଗୋରା ବଜାରରେ ଚାଷୀ ଅସନ୍ତୋଷ

By brother ansu Dec 18, 2025 0 min read
ତୃତୀୟ ଦିନରେ ମଧ୍ୟ ଆରମ୍ଭ ହେଲାନି ଧାନ କିଣା, ବୌଦ୍ଧ ଜିଲ୍ଲାର ପଲଶାଗୋରା ବଜାରରେ ଚାଷୀ ଅସନ୍ତୋଷ
ତୃତୀୟ ଦିନରେ ମଧ୍ୟ ଆରମ୍ଭ ହେଲାନି ଧାନ କିଣା, ବୌଦ୍ଧ ଜିଲ୍ଲାର ପଲଶାଗୋରା ବଜାରରେ ଚାଷୀ ଅସନ୍ତୋଷ

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ପଲଶାଗୋରା ବଜାର ପ୍ରାଙ୍ଗଣରେ ଧାନ କିଣା ଅବ୍ୟବସ୍ଥା ଚରମ ସୀମାକୁ ପହଞ୍ଚିଛି। ଧାନ କିଣା ଶୁଭାରମ୍ଭ ହୋଇ ତୃତୀୟ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ଚାଷୀଙ୍କ ଧାନ ମଧ୍ୟ କ୍ରୟ କରାଯାଇନାହିଁ।

ଏହା ଫଳରେ ଶତାଧିକ ଚାଷୀ ଦିନରୁ ଦିନ ମଣ୍ଡିରେ ଧାନ ନେଇ ଅପେକ୍ଷା କରି ରହିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଧାନ କିଣାରେ ଅବ୍ୟବସ୍ଥା ଜାରି ରହିଲେ ଆଗାମୀ ଦିନରେ ଚାଷୀମାନେ ଧାନ ବିକ୍ରି କରିପାରିବେ ନାହିଁ ଏବଂ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା ପର୍ଯ୍ୟନ୍ତ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି।

ଚାଷୀମାନେ ପ୍ରଶାସନର ତତ୍କାଳ ହସ୍ତକ୍ଷେପ ଏବଂ ଧାନ କିଣା ଶୀଘ୍ର ଆରମ୍ଭ କରିବାକୁ ଦାବି କରିଛନ୍ତି।

No video available for this news.