ଧାନ କିଣା ଆରମ୍ଭ ଦିନରେ ମଣ୍ଡି ଲେବର୍ ଅସନ୍ତୋଷ | ପାରିଶ୍ରମିକ ବୃଦ୍ଧି ଦାବିରେ ଲୋଡିଂ ବନ୍ଦ | ମନମୁଣ୍ଡା ମାର୍କେଟ ୟାର୍ଡ, କଣ୍ଟାମାଳ
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ମନମୁଣ୍ଡା ମାର୍କେଟ ୟାର୍ଡରେ ଆଜି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କଣ୍ଟାମାଳ ବିଧାୟକ, ଜିଲ୍ଲା ଧାନ କ୍ରୟ କମିଟି ଅଧ୍ୟକ୍ଷ ଏବଂ ବୌଦ୍ଧ ଜିଲ୍ଲାପାଳଙ୍କ ଉପସ୍ଥିତିରେ ନଡ଼ିଆ ପିଟି ଧାନ କ୍ରୟର ଶୁଭାରମ୍ଭ କରାଯାଇଥିଲା।
ତେବେ ଏହି ଆନୁଷ୍ଠାନିକ ଆରମ୍ଭ ସହିତ ସହିତ ମଣ୍ଡି ଶ୍ରମିକମାନଙ୍କ ଅସନ୍ତୋଷ ସାମ୍ନାକୁ ଆସିଥିଲା। ମଣ୍ଡି ଲେବର୍ମାନେ ତାଙ୍କର ଦୀର୍ଘଦିନର ପାରିଶ୍ରମିକ ବୃଦ୍ଧି ଦାବି ଉଠାଇଥିଲେ। କିନ୍ତୁ ସମ୍ପର୍କିତ କର୍ତ୍ତୃପକ୍ଷଙ୍କ ଠାରୁ ସନ୍ତୋଷଜନକ ପ୍ରତିଶ୍ରୁତି ନ ମିଳିବାରୁ ଶ୍ରମିକମାନେ ଧାନ ବସ୍ତା ଲୋଡିଂ କାର୍ଯ୍ୟ ବନ୍ଦ କରି ପ୍ରତିବାଦ କରିଥିଲେ।
ଏହାର ପରିଣାମ ସ୍ୱରୂପ ଧାନ କ୍ରୟ ପ୍ରକ୍ରିୟା ପ୍ରଭାବିତ ହୋଇଥିବାବେଳେ, ଚାଷୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଶ୍ରମିକ ଓ ପ୍ରଶାସନ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହେବ ବୋଲି ଆଶା ପ୍ରକାଶ ପାଉଛି।
Share this article
View More
କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
Jan 17, 2026
ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
Jan 17, 2026
ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
Jan 17, 2026
Stay Updated
Subscribe to our newsletter for latest updates.