ଚୋରାମଦ ବିକ୍ରି ବନ୍ଦ ଦାବିରେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଚନ୍ଦଳି ଗ୍ରାମବାସୀଙ୍କ ଦାବିପତ୍ର
ସୁନ୍ଦରଗଡ, ତା. ୩୦/୧୨/୨୦୨୫ :
ଲେଫ୍ରିପଡା ଥାନା ଅନ୍ତର୍ଗତ ଜିଙ୍କନଗର ଫାଣ୍ଡିର ଚନ୍ଦଳି ଗ୍ରାମରେ ଚାଲିଥିବା ଚୋରା ଦେଶିମଦ, ବିଦେଶିମଦ ଓ ହାଣ୍ଡିଆ ବିକ୍ରି ବନ୍ଦ କରିବା ଦାବିରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁରଜ ପଟ୍ଟନାୟକଙ୍କୁ ଗ୍ରାମର ମହିଳା ଓ ଯୁବକମାନେ ପ୍ରଦାନ କରିଛନ୍ତି।
ଗତ ୨୮/୧୨/୨୦୨୫ (ରବିବାର) ଅପରାହ୍ନ ୪ଟା ସମୟରେ ଚନ୍ଦଳି ଗ୍ରାମ ମଣ୍ଡପଠାରେ ଆୟୋଜିତ ସାଧାରଣ ସଭାରେ ଗ୍ରାମବାସୀ, ଏସଏଚଜି ମହିଳାମାନେ ଓ ଯୁବକମାନଙ୍କ ଉପସ୍ଥିତିରେ ଗ୍ରାମର ଭବିଷ୍ୟତକୁ ଦୃଷ୍ଟିରେ ରଖି ଦେଶି ଓ ବିଦେଶି ମଦ, ହାଣ୍ଡିଆ, ଗଞ୍ଜେଇ ସହ ସମସ୍ତ ପ୍ରକାରର ନିଶାଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁଯାୟୀ, ଯଦି କେହି ଏହିପରି ନିଶାଦ୍ରବ୍ୟ ବିକ୍ରି କରିଥାଏ, ତେବେ ସେମାନଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ମାଧ୍ୟମରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି।
ସମାଜର ଭଲ ପାଇଁ ଏହି ପଦକ୍ଷେପକୁ କୋଶଳ ସମାଜର ମହାସଚିବ ଶ୍ରୀ ଦିଲିପ କୁମାର ପଣ୍ଡା ସମର୍ଥନ ଜଣାଇ ଏସଏଚଜି ମହିଳା ଓ ଯୁବକମାନଙ୍କୁ ସାଧୁବାଦ ଜଣାଇଛନ୍ତି। ସେ ଗ୍ରାମରେ ଚୋରା ଦେଶି-ବିଦେଶି ମଦ, ହାଣ୍ଡିଆ, ଗଞ୍ଜେଇ ଆଦି ନିଶାଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବଳବତ୍ତର ଭାବେ ଜାରି ରଖିବାକୁ ଆହ୍ୱାନ କରିଛନ୍ତି।

Share this article
View More
କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
Jan 17, 2026
ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
Jan 17, 2026
ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
Jan 17, 2026
Stay Updated
Subscribe to our newsletter for latest updates.