ଜିଲ୍ଲା ସାମ୍ବାଦିକ ସଂଘ, ରାୟଗଡ଼ ପକ୍ଷରୁ ବନ୍ଧୁ ମିଳନ – ୨୦୨୬ ସଫଳତାର ସହ ଆୟୋଜିତ
ଜିଲ୍ଲା ସାମ୍ବାଦିକ ସଂଘ, ରାୟଗଡ଼ ପକ୍ଷରୁ ବନ୍ଧୁ ମିଳନ – ୨୦୨୬ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାର ସମସ୍ତ ସାମ୍ବାଦିକମାନଙ୍କ ମଧ୍ୟରେ ସୌହାର୍ଦ୍ୟ, ଏକତା, ସହଯୋଗ ଓ ଆପସିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା।
କାର୍ଯ୍ୟକ୍ରମରେ ସଂଘର ସଭାପତି ଡା. ବଦଳ କୁମାର ତାହ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶ୍ୟାମ କୁମାର ଦାସ ଓ ସାଧାରଣ ସମ୍ପାଦକ ବିଦ୍ୟା ଭୂଷଣ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ ସାମ୍ବାଦିକ ଏହି ବନ୍ଧୁ ମିଳନରେ ଅଂଶଗ୍ରହଣ କରିଥିଲେ।
ବନ୍ଧୁ ମିଳନ ଅବସରରେ ସାମ୍ବାଦିକତାର ଦାୟିତ୍ୱ, ସତ୍ୟନିଷ୍ଠା, ନିର୍ଭୀକତା, ଲୋକହିତମୂଳକ ସମ୍ବାଦ ପ୍ରସ୍ତୁତି ଏବଂ ସମସାମୟିକ ସମସ୍ୟାଗୁଡ଼ିକ ଉପରେ ଗଭୀର ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସାମ୍ବାଦିକ ସଂଘକୁ ଆହୁରି ସକ୍ରିୟ, ସଂଗଠିତ ଓ ଶକ୍ତିଶାଳୀ ଭାବେ ଆଗକୁ ନେବା ପାଇଁ ସମସ୍ତ ସଦସ୍ୟ ସଙ୍କଳ୍ପ ନେଇଥିଲେ।
ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଓ ସାହସୀ ଅବଦାନ ପାଇଁ ବିଷମକଟକ ବ୍ଳକ୍ AM ମିଡିଆ 24 ୱେବ୍ ମିଡିଆ ସାମ୍ବାଦିକ ଶିବ ପ୍ରସାଦ ପାଢ଼ୀ, ରାୟଗଡ଼ା ଜିଲ୍ଲା ‘ବିପ୍ଳବୀ ପରିକ୍ରମା’ ୱେବ୍ ମିଡିଆ ସାମ୍ବାଦିକ ଜବାବ ପାଲକା ଓ ବିଷମକଟକ ବ୍ଳକ୍ ସ୍ୱତନ୍ତ୍ର ଓଡ଼ିଶା ଲାଇଭ ୱେବ୍ ମିଡିଆ ସାମ୍ବାଦିକ ଦିଲ୍ଲୀପ କୁମାର ପଢ଼ିଆରିଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମ୍ମାନୀତ କରାଯାଇଥିଲା।
ତାଙ୍କର ସତ୍ୟନିଷ୍ଠ, ନିର୍ଭୀକ ଓ ଲୋକହିତମୂଳକ ସାମ୍ବାଦିକତାକୁ ସମ୍ମାନ ଦେଇ ପ୍ରଦାନ କରାଯାଇଥିବା ଏହି ସମ୍ମାନ ସମସ୍ତ ଉପସ୍ଥିତ ସାମ୍ବାଦିକମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲା।
ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜିଲ୍ଲା ସାମ୍ବାଦିକ ସଂଘ, ରାୟଗଡ଼ର ଏକତା ଓ ସଂଗଠନକୁ ଆହୁରି ମଜବୁତ କରିଥିବା ବୋଲି ଉପସ୍ଥିତ ସାମ୍ବାଦିକମାନେ ମତ ପ୍ରକାଶ କରିଥିଲେ।

Share this article
View More
କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
Jan 17, 2026
ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
Jan 17, 2026
ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
Jan 17, 2026
Stay Updated
Subscribe to our newsletter for latest updates.