ଅବୈଧ ଜମି କବଜା ବିରୋଧରେ ଆଦିବାସୀଙ୍କ ଗଣ ବିକ୍ଷୋଭ ୧୨ ଦିନ | CPM ପକ୍ଷରୁ ସମର୍ଥନ |
ରାଜଗାଙ୍ଗପୁର (୨୪-୧୨-୨୦୨୫):
ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଦ୍ୱାରା ବଳପୂର୍ବକ ଏବଂ ନିୟମ ବିରୋଧୀ ଭାବେ ଚାଷ ଜମି କବଜା ବିରୋଧରେ ଆଦିବାସୀମାନଙ୍କ ଗଣ ବିକ୍ଷୋଭ ଆଜି ୧୨ ଦିନରେ ପହଞ୍ଚିଛି।
ଏହି ବିକ୍ଷୋଭ ସ୍ଥଳୀକୁ CPM ବଣାଇ ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା, CPM ନେତା ଜାହାଙ୍ଗୀର ଅଲି, ଜିଲ୍ଲା ସଚିବ ଶ୍ରୀ ଜଜାତି ସାହୁ ଏବଂ କୋଇଡା ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ଶୁସିଲା ମୁଣ୍ଡା ପହଞ୍ଚି ବିକ୍ଷୋଭକାରୀ ଆଦିବାସୀମାନଙ୍କୁ CPM ଦଳ ତରଫରୁ ଆନୁଷ୍ଠାନିକ ଭାବେ ସମର୍ଥନ ଘୋଷଣା କରିଥିଲେ।
ନେତାମାନେ ଅଭିଯୋଗ କରିଥିଲେ ଯେ, ଶାସନ ପ୍ରଶାସନ ପୁଞ୍ଜିପତି କମ୍ପାନୀକୁ ସୁବିଧା ଦେଇ ନିୟମ ବିରୋଧୀ ଭାବେ ରାତି ଅଧିଆରେ ଜମି କବଜା କରାଯାଉଛି, ଯାହା ଆଦିବାସୀ ମାରଣ ନୀତିର ସ୍ପଷ୍ଟ ଉଦାହରଣ।
"ଫୋରମ୍ ଫୋର୍ ଗ୍ରାମ" ସଭା ପକ୍ଷରୁ ଶାସନ ପ୍ରଶାସନ ଓ କମ୍ପାନୀକୁ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଯଦି ଜମି ଛାଡାଯାଏ ନାହିଁ, ତେବେ ଆଗାମୀ ଦିନରେ ଜିଲ୍ଲା ସାରା ଆର୍ଥିକ ଅବରୋଧ ଓ ପ୍ରଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। CPM ଏହି ଆନ୍ଦୋଳନକୁ ପ୍ରତ୍ୟକ୍ଷ ସମର୍ଥନ ଦେବ ବୋଲି ଘୋଷଣା କରିଛି।
— ରାଜଗାଙ୍ଗପୁରରୁ ରମେଶ ସୋନିଙ୍କ ରିପୋର୍ଟ, ବିପ୍ଲବୀ ପରିକ୍ରମା

Share this article
View More
କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
Jan 17, 2026
ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
Jan 17, 2026
ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
Jan 17, 2026
Stay Updated
Subscribe to our newsletter for latest updates.