Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ରାୟଗଡ଼ାରେ ବଡ଼ ଅଭିଯାନ: ୩ ଏକର ଜମିରୁ ୯ହଜାର ଗଞ୍ଜେଇ ଗଛ ନଷ୍ଟ | Padampur PS

ରାୟଗଡ଼ାରେ ବଡ଼ ଅଭିଯାନ: ୩ ଏକର ଜମିରୁ ୯ହଜାର ଗଞ୍ଜେଇ ଗଛ ନଷ୍ଟ | Padampur PS

By brother ansu Dec 22, 2025 0 min read
ରାୟଗଡ଼ାରେ ବଡ଼ ଅଭିଯାନ: ୩ ଏକର ଜମିରୁ ୯ହଜାର ଗଞ୍ଜେଇ ଗଛ ନଷ୍ଟ | Padampur PS
ରାୟଗଡ଼ାରେ ବଡ଼ ଅଭିଯାନ: ୩ ଏକର ଜମିରୁ ୯ହଜାର ଗଞ୍ଜେଇ ଗଛ ନଷ୍ଟ | Padampur PS

ରାୟଗଡ଼ା ଜିଲ୍ଲାରେ ଅବୈଧ ଗଞ୍ଜେଇ ଚାଷ ବିରୋଧରେ ପ୍ରଶାସନ ଓ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି କ୍ରମରେ ଆଜି ପଦ୍ମପୁର ପୋଲିସ ଥାନା ଅନ୍ତର୍ଗତ ନିଧିଗୁଡ଼ି, ଉପର ନନ୍ଦ୍ରା ଏବଂ ତଳ ନନ୍ଦ୍ରା ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ବଡ଼ ଧରଣର ଏକ ଯୁଗ୍ମ ଅଭିଯାନ ଚାଲିଥିଲା।

ଏହି ଅଭିଯାନରେ ଜିଲ୍ଲା ପ୍ରଶାସନ, ଓଡ଼ିଶା ପୋଲିସ, ଏକ୍ସାଇଜ୍‌ ବିଭାଗ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ଯୁଗ୍ମ ଟିମ୍‌ ପକ୍ଷରୁ ପ୍ରାୟ ୩ ଏକର ଜମିରେ ଚାଷ ହୋଇଥିବା ୯ ହଜାରରୁ ଅଧିକ ଅବୈଧ ଗଞ୍ଜେଇ ଗଛକୁ ଚିହ୍ନଟ କରାଯାଇ ତାହାକୁ ଧ୍ୱଂସ କରାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷ ହୋଇଆସୁଥିବା ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଯୋଜନାବଦ୍ଧ ଭାବେ ଏହି ଅଭିଯାନ କରାଯାଇଥିଲା। ଘଟଣା ସମ୍ପର୍କରେ ୩ଟି ମାମଲା ରୁଜୁ କରାଯାଇଥିବା ବେଳେ, ସଂପୃକ୍ତ ଅଭିଯୁକ୍ତଙ୍କ ଚିହ୍ନଟ ଓ ଗିରଫ ପାଇଁ ତଦନ୍ତ ଜାରି ରହିଛି।

ଦକ୍ଷିଣ ପଶ୍ଚିମ ରେଞ୍ଜ କୋରାପୁଟର ଡିଆଇଜିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଭଳି ଅଭିଯାନ ଆଗାମୀ ଦିନରେ ଆହୁରି କଡା କରାଯିବ ବୋଲି କୁହାଯାଇଛି। ଅବୈଧ ନଶା ବ୍ୟବସାୟକୁ ସମୂଳେ ନିର୍ମୂଳ କରିବା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଥିବା ସୂଚନା ଦିଆଯାଇଛି।

ସ୍ଥାନୀୟ ଲୋକମାନେ ମଧ୍ୟ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ, ଆଗାମୀ ଦିନରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବାକୁ ଦାବି କରିଛନ୍ତି।

No video available for this news.