ସେସଖାଲ ଥାନାରେ ‘ଆମ ପୋଲିସ’ କାର୍ଯ୍ୟକ୍ରମ : ଜନସଚେତନତାରେ ଜୋର
ରାୟଗଡ଼ା ଜିଲ୍ଲାର ସେସଖାଲ ଥାନା ପ୍ରାଙ୍ଗଣରେ ‘ଆମ ପୋଲିସ / ପୋଲିସ–ଜନ ସମ୍ପର୍କ କାର୍ଯ୍ୟକ୍ରମ’ ସଫଳତାର ସହ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ସହିତ ସମାଜରେ ସଚେତନତା ସୃଷ୍ଟି କରିବା।
କାର୍ଯ୍ୟକ୍ରମରେ ଗ୍ରାମବାସୀ, ପଞ୍ଚାୟତ ରାଜ ସଂସ୍ଥା (PRI) ସଦସ୍ୟମାନେ ଉପସ୍ଥିତ ରହି ଡାହାଣୀ ପ୍ରଥା ଭଳି କୁପ୍ରଥା, ସାଇବର ଠକେଇ ଓ ଅନଲାଇନ୍ ଠକେଇ, ରୁ କେମିତି ସୁରକ୍ଷା ରହିବେ ଯାତାୟାତ ନିୟମ ପାଳନ ଏବଂ ବାଳ୍ୟବିବାହ ରୋକିବା ସମ୍ପର୍କରେ ଗଭୀର ଆଲୋଚନା ଓ ସଚେତନତା ସନ୍ଦେଶ ପାଇଥିଲେ।
ଓଡ଼ିଶା ପୋଲିସ ସଂଗଠନ, ଡିଆଇଜି ଦକ୍ଷିଣ ପଶ୍ଚିମ ରେଞ୍ଜ, କୋରାପୁଟଙ୍କ ନିର୍ଦ୍ଦେଶନାରେ ଏବଂ ରାୟଗଡ଼ା ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଅପରାଧମୁକ୍ତ ଓ ସୁରକ୍ଷିତ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ନିଆଯାଇଛି।
ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭରସା ଓ ସହଯୋଗ ବଢ଼ାଇବା ପାଇଁ ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share this article
View More
କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
Jan 17, 2026
ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
Jan 17, 2026
ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
Jan 17, 2026
Stay Updated
Subscribe to our newsletter for latest updates.