ସୁନ୍ଦରଗଡ଼ ଦିବସ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ ନେଇ ପ୍ରଶାସନିକ ବୈଠକ
ଆସନ୍ତା ଜାନୁଆରୀ ୧ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା “ସୁନ୍ଦରଗଡ଼ ଦିବସ” ପାଳନ କରାଯିବ। ଏହି ଅବସରରେ ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ପଡ଼ିଆ ଠାରେ ଜାନୁଆରୀ ୧ ଓ ୨ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।
ସୁନ୍ଦରଗଡ଼ ଦିବସ ଉପଲକ୍ଷେ ଜାନୁଆରୀ ୧ ତାରିଖ ଦିନ ସହର ମଧ୍ୟରେ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଶୋଭାଯାତ୍ରାର ସଫଳ ଆୟୋଜନ ନେଇ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକର ନିଷ୍ପତି ଅନୁସାରେ, ଜାନୁଆରୀ ୧ ତାରିଖ ସକାଳ ୮ଟା ସମୟରେ ସମଲେଇ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହେବ। ଏହି ଶୋଭାଯାତ୍ରା ସମଲେଇ ମନ୍ଦିରରୁ ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର ଛକ, ରିଜେଣ୍ଟ ମାର୍କେଟ, ସୁନାରିପଡ଼ା, ରଙ୍ଗାଢିପା ଛକ, ମେଡିକାଲ ଛକ, ଡିଆରଡିଏ ଛକ, ପୁରୁଣା ବସ୍ଷ୍ଟାଣ୍ଡ ଛକ ଓ ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ଦେଇ ନାରୀ କଲ୍ୟାଣ କେନ୍ଦ୍ର ପଡ଼ିଆରେ ସମାପ୍ତ ହେବ।
ପଥରେ ପଥରେ ବିଭିନ୍ନ ପୂଜା କମିଟି, ସଂଗଠନ ଓ ସାମାଜିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ଶୋଭାଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ସୁନ୍ଦର, ସୁସଂଗଠିତ ଓ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବା ପାଇଁ ଆହ୍ୱାନ ଦିଆଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସୁନ୍ଦରଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ପରିଡ଼ା, ବିଜେପି ଜିଲ୍ଲା ସଭାପତି ଶ୍ରୀ ଗିରିଶ ସାହୁ ସହ ବିଭିନ୍ନ ସଂଗଠନ ଓ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share this article
View More
କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
Jan 17, 2026
ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
Jan 17, 2026
ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
Jan 17, 2026
Stay Updated
Subscribe to our newsletter for latest updates.