ସ୍ବଦେଶୀ ସଂକଳ୍ପ ଯାତ୍ରାକୁ ନେଇ ବିଷମକଟକରେ ଦେଶଭକ୍ତିର ଉତ୍ସାହ
ରାୟଗଡ଼ା ଜିଲ୍ଲା ବିଷମକଟକ ସହରରେ ସ୍ବଦେଶୀ ସଂକଳ୍ପ ଯାତ୍ରାକୁ ନେଇ ଆଜି ଦେଖାଗଲା ବିଶେଷ ଉତ୍ସାହ ଓ ଦେଶଭକ୍ତିର ମାହୋଲ।
୧୨ ଜାନୁଆରୀ ସ୍ବାମୀ ବିବେକାନନ୍ଦ ଜୟନ୍ତୀରୁ ଆରମ୍ଭ ହୋଇ ୨୩ ଜାନୁଆରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ବଦେଶୀ ସଂକଳ୍ପ ଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ବିଦେଶୀ ଦ୍ରବ୍ୟ ବହିଷ୍କାର କରି ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନ।
ଆଜି ବିଷମକଟକ ବଡ଼ ହରିଜନ ସାହି ଛକରେ ସ୍ବଦେଶୀ ସଂକଳ୍ପ ଯାତ୍ରାର ରଥକୁ ଭବ୍ୟ ଭାବେ ସ୍ୱାଗତ କରାଯାଇଥିଲା। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ବିଷମକଟକ ହିନ୍ଦୁ ସଂଘର ସଭାପତି ସୁବଧ କୁମାର ପ୍ରଧାନୀ ସହ ସାଈରାମ ପଟ୍ଟନାୟକ, ନେତ୍ରାନନ୍ଦ ଶତପଥି, କାଳୀଚରଣ ତ୍ରିପାଠୀ, ମୁରଲୀ ବେହେରା, ଗୌତମ୍ ମଲ୍ଲିକ, ପ୍ରବୀର ଓ ଯୁବ ସମାଜସେବୀ ଜବାବ ପାଲକା, ଅନିଲ କୁମାର ସାହୁ, ଶିବ ସାହୁ, ଅଶ୍ୱିନୀ ପାଲକା, ପୂର୍ଣ୍ଣଚନ୍ଦ୍ର ହିଆଲ, କିଶାନ ପାଲକା, ବିବିସେନ ପାଲକା, ତରଣୀସେନ ପାଲକା, ଗୀତା ପାଲକା, ଅନନ୍ତ ପାଲକା ଓ ପୂର୍ଣ୍ଣିମା ପାଲକା ସହ ଅନେକ ସମାଜସେବୀ ଓ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ।
ବକ୍ତାମାନେ ସ୍ବଦେଶୀ ଦ୍ରବ୍ୟ ବ୍ୟବହାର, ଦେଶୀ ଉତ୍ପାଦକଙ୍କୁ ସମର୍ଥନ ଓ ଜାତୀୟ ସ୍ୱାଭିମାନ ଜାଗ୍ରତ କରିବାକୁ ଆହ୍ୱାନ ଦେଇଥିଲେ।
ସ୍ବଦେଶୀ ଜାଗରଣ ମଞ୍ଚ, ଓଡ଼ିଶାର ଏହି ପଦକ୍ଷେପ ଲୋକମାନଙ୍କ ମଧ୍ୟରେ ଦେଶଭକ୍ତିର ନୂଆ ସଂଚାର ସୃଷ୍ଟି କରିଛି।

Share this article
View More
କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ ହସ୍ପିଟାଲ୍ ଛକରେ ଭକ୍ତିମୟ ପରିବେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜୟନ୍ତୀ ପାଳିତ
Jan 23, 2026
ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
Jan 17, 2026
ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
Jan 17, 2026
ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
Jan 17, 2026
Stay Updated
Subscribe to our newsletter for latest updates.