Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ

ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ

By brother ansu Apr 15, 2026 1 min read
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ

ରାୟଗଡ଼ା ଜିଲ୍ଲାର ବିଷମ କଟକ ବ୍ଲକ୍ ଅନ୍ତର୍ଗତ ନୂତନ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଭାରତର ମହାନ ସଂବିଧାନ ନିର୍ମାତା ଓ ସମାଜ ସୁଧାରକ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଭବ୍ୟ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି।

ଏହି ଅବସରରେ ବହୁଜନ ସମାଜ ପାର୍ଟି ଓ ବିଷମକଟକ ଆମ୍ବେଦକର ଷ୍ଟେଚୁ କମିଟିର ମିଳିତ ପ୍ରୟାସରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଓ ସମର୍ଥକ ଭିନ୍ନ ଭିନ୍ନ ଅଞ୍ଚଳରୁ ଆସି ଏହି ଉତ୍ସବକୁ ଭବ୍ୟ କରିଥିଲେ।

ପ୍ରଥମେ ମାଁ ମାର୍କମା ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇ ବିଷମ କଟକ ମୁଖ୍ୟ ରାସ୍ତା ଦେଇ ନୂତନ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ଯୁବକ-ଯୁବତୀ, ମହିଳା ଓ ବୃଦ୍ଧମାନେ ବହୁତ ଉତ୍ସାହର ସହ ଯୋଗଦେଇ “ଜୟ ଭୀମ” ଓ “ବାବାସାହେବ ଅମର ରହୁନ୍ତୁ” ଧ୍ୱନିରେ ପରିବେଶକୁ ମୁଗ୍ଧ କରିଥିଲେ।

ପରବର୍ତ୍ତୀ କାର୍ଯ୍ୟକ୍ରମରେ ନୂତନ ବସ୍‌ଷ୍ଟାଣ୍ଡରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହି ଅବସରରେ ବହୁଜନ ସମାଜ ପାର୍ଟିର କେନ୍ଦ୍ରୀୟ ପ୍ରଭାରୀ ଧୀମାନ ଦାଉରାମ ରତ୍ନାକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ରାଜ୍ୟ ସଭାପତି ସରୋଜ ନାୟକ, ରାଜ୍ୟ ପ୍ରଭାରୀ ଜିତୁ ଜାକାସିକା ଓ ରାଜ୍ୟ ସମ୍ପାଦକ ଗଙ୍ଗାଧର ପୁଆଲା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ସେମାନେ ତାଙ୍କ ଉଦ୍ବୋଧନରେ ଡ଼ଃ ଆମ୍ବେଦକରଙ୍କ ଜୀବନ ସଂଘର୍ଷ, ସମାଜ ପାଇଁ ତାଙ୍କର ଅସାଧାରଣ ଅବଦାନ ଓ ସମାନତାର ସନ୍ଦେଶକୁ ସ୍ମରଣ କରିଥିଲେ। ସମାଜରେ ସମତା, ନ୍ୟାୟ ଓ ଭାଇଚାରା ସ୍ଥାପନ ପାଇଁ ତାଙ୍କର ଆଦର୍ଶ ଅନୁସରଣ କରିବାକୁ ସେମାନେ ଆହ୍ୱାନ କରିଥିଲେ।

ଏହି ଜୋନସ୍ତରୀୟ ଆମ୍ବେଦକର ଜୟନ୍ତୀ ଉତ୍ସବରେ ଷ୍ଟେଚୁ କମିଟି ସଭାପତି ତଥା ବହୁଜନ ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ଟାକ୍ରୀ, ସମ୍ପାଦିକା ସୁନୀତା ବିଡ଼ିକା, ବିସିକେଶନ ଟାକ୍ରୀ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଓ ସ୍ଥାନୀୟ ନେତୃତ୍ୱ ଉପସ୍ଥିତ ରହିଥିଲେ।

ସମଗ୍ର କାର୍ଯ୍ୟକ୍ରମଟି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିବା ବେଳେ, ଲୋକମାନଙ୍କ ମଧ୍ୟରେ ବାବାସାହେବଙ୍କ ପ୍ରତି ଅପାର ସମ୍ମାନ ଓ ଭକ୍ତିଭାବ ପ୍ରକାଶ ପାଇଥିଲା।

ରାୟଗଡ଼ା ଜିଲ୍ଲାରୁ ଜବାବ ପାଲକାଙ୍କ ରିପୋର୍ଟ, ବିପ୍ଳବୀ ପରିକ୍ରମା।

No video available for this news.