Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା

ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା

By Staff Reporter Apr 15, 2026 0 min read
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା

ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତି ଓ ଶ୍ରୀ ହନୁମାନଙ୍କ ଜୟନ୍ତୀ ଅବସରରେ ରାୟଗଡ଼ା ଜିଲ୍ଲାର ବିଷମ କଟକ ବ୍ଲକ୍‌ରେ ଏହି ବର୍ଷ ଅତ୍ୟନ୍ତ ଧୁମ୍ ଧାମରେ ଓ ଭକ୍ତିମୟ ପରିବେଶରେ ଏହି ଦୁଇ ପବିତ୍ର ପର୍ବକୁ ପାଳନ କରାଯାଇଛି। ସମଗ୍ର ଅଞ୍ଚଳ ଉତ୍ସାହ, ଭକ୍ତି ଓ ଆନନ୍ଦରେ ମଗ୍ନ ହୋଇଯାଇଥିଲା।

ବ୍ଲକ୍‌ର ଭିନ୍ନ ଭିନ୍ନ ମନ୍ଦିର ଓ ସ୍ଥାନରେ ଭକ୍ତମାନେ ସକାଳୁଠାରୁ ଭଗବାନଙ୍କ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାୟଗଡ଼ା ରୋଡ୍‌ରେ ଅବସ୍ଥିତ ହନୁମାନ ମନ୍ଦିରରେ ଭକ୍ତମାନଙ୍କର ବହୁ ସଂଖ୍ୟକ ଭିଡ଼ ଦେଖିବାକୁ ମିଳିଥିଲା। ଭକ୍ତମାନେ ଭଗବାନ ହନୁମାନଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ଓ ନିଜ ପରିବାରର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।

ସେହିପରି ମାଁ ଦୁର୍ଗା ମନ୍ଦିରରେ ପଣା ବଣ୍ଟନ ସହ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା, ସେଥିଲେ ଶତାଧିକ ଭକ୍ତମାନେ ଭାଗ ନେଇଥିଲେ। ପଣା ସଂକ୍ରାନ୍ତି ଅବସରରେ ପଣା ପାନୀୟ ବଣ୍ଟନ କରାଯାଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।

ହେମଗିରି ସାହିରେ ଅବସ୍ଥିତ ହନୁମାନ ପାହାଡ଼ ଉପରେ ଥିବା ଶ୍ରୀ ସିଦ୍ଧ ବୀର ହନୁମାନ ମନ୍ଦିରରେ ଏହି ଅବସରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା। ବଜରଙ୍ଗ ଦଳ ପକ୍ଷରୁ ଏଠାରେ ପଣା ବଣ୍ଟନ ଓ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା, ଏବଂ ଭକ୍ତମାନେ ବହୁତ ଖୁସି ପ୍ରକାଶ କରିଥିଲେ।

ସନ୍ଧ୍ୟା ସମୟରେ ବିଷମ କଟକ ସହରରେ ଶ୍ରୀ ହନୁମାନଙ୍କ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା, ଯାହା ସହରର ବିଭିନ୍ନ ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିଥିଲା। ଭଜନ, କୀର୍ତ୍ତନ ଓ ଦୁଲ୍‌ଦୁଲି ବାଜାର ତାଳରେ ଭକ୍ତମାନେ ନୃତ୍ୟ କରି ଭକ୍ତିରେ ମଗ୍ନ ହୋଇପଡ଼ିଥିଲେ।

ତାଳଚେରରୁ ଆସିଥିବା ଦୁଲ୍‌ଦୁଲି ବାଜା ଦଳ ତାଙ୍କର ସଙ୍ଗୀତ ଓ ତାଳରେ ସମଗ୍ର ପରିବେଶକୁ ଉତ୍ସବମୟ କରିଥିଲେ। ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀମାନଙ୍କର ଭଜନ ଓ ନୃତ୍ୟ ପ୍ରଦର୍ଶନ ମଧ୍ୟ ଦର୍ଶକମାନଙ୍କୁ ବହୁତ ଆକର୍ଷିତ କରିଥିଲା।

ସମଗ୍ର ବିଷମ କଟକ ଅଞ୍ଚଳ ଏହି ପବିତ୍ର ଅବସରରେ ଭକ୍ତି, ଆନନ୍ଦ ଓ ସାମ୍ପ୍ରଦାୟିକ ଏକତାର ଏକ ସୁନ୍ଦର ଦୃଶ୍ୟ ପ୍ରଦର୍ଶନ କରିଥିଲା। ଏହି ପର୍ବ ଅଞ୍ଚଳର ଧାର୍ମିକ ଭାବନା ଓ ସଂସ୍କୃତିକୁ ଆହୁରି ମଜବୁତ କରିଥିବା ବେଳେ ଭକ୍ତମାନଙ୍କ ମନରେ ପୂରା ସ୍ମୃତି ଭରା ଛାଡ଼ିଯାଇଛି।

No video available for this news.