ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
ରାୟଗଡ଼ା ଜିଲ୍ଲାର ବିଷମ କଟକ ଅଞ୍ଚଳରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଲୋକମାନଙ୍କ ମନରେ ଭୟର ପରିବେଶ ସୃଷ୍ଟି କରିଛି।
ସୂଚନା ଅନୁସାରେ, ବିଷମ କଟକ ବ୍ଲକ୍ ଅନ୍ତର୍ଗତ ବ୍ଲକ୍ କଲୋନୀରେ ୧୪ ଏପ୍ରିଲ ୨୦୨୬ ରାତ୍ରୀ ଅଧରେ ଏକ ଚୋରି ଘଟଣା ଘଟିଥିବା ଜଣାପଡ଼ିଛି। କିଛି ଅଜଣା ଦୁର୍ବୃତ୍ତମାନେ ସୁଯୋଗ ନେଇ ବିଷମ କଟକ ବ୍ଲକ୍ରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ଶ୍ରୀମତୀ ଝରଣା ତ୍ରୀପାଠୀଙ୍କ ବାସଭବନରେ ପ୍ରବେଶ କରିଥିବା ଅଭିଯୋଗ ମିଳିଛି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିବା ସନ୍ଦେହ କରାଯାଉଛି ଏବଂ ଘର ଭିତରେ ରହିଥିବା ମୂଲ୍ୟବାନ ସାମଗ୍ରୀକୁ ଲକ୍ଷ୍ୟ କରିକି। ଚୋରି କରିଥିବ କୁହାଯାଉଛି ଏହି ଚୋରିରେ ବିପୁଳ ପରିମାଣର ସୁନା ଗହଣା, ରୂପା ସାମଗ୍ରୀ ସହିତ କିଛି ନଗଦ ଟଙ୍କା ମଧ୍ୟ ଲୁଟ ହୋଇଥିବା ଖବର ମିଳିଛି।
ଘଟଣା ପ୍ରକାଶ ପାଇବା ପରେ ଅଞ୍ଚଳରେ ଚର୍ଚ୍ଚା ତିବ୍ର ହୋଇଯାଇଛି ଏବଂ ଲୋକମାନଙ୍କ ମନରେ ଭୟ ଦେଖାଦେଇଛି। ବିଶେଷକରି ରାତ୍ରୀ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଡ଼ୋଶୀମାନଙ୍କୁ ପଚରାଉଚରା କରାଯାଉଛି ଏବଂ ସନ୍ଦେହଜନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି।
ସେଥିପାଇଁ ଅଞ୍ଚଳରେ ଥିବା CCTV କ୍ୟାମେରା ଫୁଟେଜ୍କୁ ଯାଞ୍ଚ କରାଯାଉଛି, ଯାହା ଚୋରମାନଙ୍କୁ ଧରିବାରେ ସହାୟକ ହୋଇପାରେ ବୋଲି ପୋଲିସ ଆଶା ବ୍ୟକ୍ତ କରିଛି।
ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସ ପ୍ରଶାସନଙ୍କୁ ଅଞ୍ଚଳରେ ରାତ୍ରୀ ପହରା ବଢ଼ାଇବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ପାଇଁ ଦାବି କରିଛନ୍ତି।
ଏହି ଘଟଣା ପୁଣିଥରେ ସ୍ମରଣ କରାଇଦେଇଛି ଯେ, ନିଜ ଘର ଓ ପରିବେଶର ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ରହିବା ଅତ୍ୟାବଶ୍ୟକ।
ପୋଲିସ ତଦନ୍ତ ଚାଲିଥିବା ବେଳେ, ଆଗାମୀ ଦିନରେ ଏହି ଘଟଣା ସମ୍ପର୍କରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି।

Share this article
View More
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
କଲ୍ୟାଣସିଂହପୁରର ଗର୍ବ: କୀର୍ତ୍ତିକାଙ୍କ IIT JAM ସଫଳତାରେ ଖୁସିର ଲହରୀ
Apr 13, 2026
Stay Updated
Subscribe to our newsletter for latest updates.