ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା 2025 ଉଦ୍ଘାଟିତ | ୧୧ ଦିନ ଧରି ଚାଲିବ ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ
ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା 2025 ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ପରିଚୟ ଭାବେ ପରିଚିତ ଏହି ଲୋକମହୋତ୍ସବ ଏବର୍ଷ ୭୮ତମ ସଂସ୍କରଣରେ ପଦାର୍ପଣ କରିଛି।
ଉଦ୍ଘାଟନୀ ସମାରୋହରେ ବରଗଡ଼ ସାଂସଦ ଓ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ରହି ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ୧୧ ଦିନ ଧରି ବରଗଡ଼ ସହର ସମ୍ପୂର୍ଣ୍ଣ ଭାବେ ମଥୁରା, ଗୋପପୁର ଓ ଗୋକୁଳର ରୂପ ନେଇଛି।
ଧନୁଯାତ୍ରା ସମୟରେ ମହାରାଜ କଂସଙ୍କ ରାଜଦରବାର, ଶ୍ରୀକୃଷ୍ଣଙ୍କ ଲୀଳା, ନନ୍ଦ-ଯଶୋଦା, ବଳରାମ, ଦେବକୀ ଆଦି ପାତ୍ରମାନଙ୍କ ଜୀବନ୍ତ ଅଭିନୟ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକଙ୍କୁ ଆକର୍ଷିତ କରୁଛି।
ବରଗଡ଼ ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ Open Air Theatre ଭାବେ ପରିଚିତ। ପ୍ରତିବର୍ଷ ଦେଶ-ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏହି ମହାନ ଲୋକୋତ୍ସବ ଦେଖିବା ପାଇଁ ବରଗଡ଼କୁ ଆସନ୍ତି।
ଜିଲ୍ଲା ପ୍ରଶାସନ, ପୋଲିସ ଓ ଧନୁଯାତ୍ରା କମିଟି ପକ୍ଷରୁ ସୁରକ୍ଷା, ଯାତାୟାତ, ସ୍ୱଚ୍ଛତା ଓ ପର୍ଯ୍ୟଟକ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।

Share this article
View More
Stay Updated
Subscribe to our newsletter for latest updates.