Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Culture > ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା | ୧୧ ଦିନ ଧରି କୃଷ୍ଣଲୀଳା | Dhanu Yatra 2025

ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା | ୧୧ ଦିନ ଧରି କୃଷ୍ଣଲୀଳା | Dhanu Yatra 2025

By brother ansu Dec 24, 2025 0 min read
ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା | ୧୧ ଦିନ ଧରି କୃଷ୍ଣଲୀଳା | Dhanu Yatra 2025
ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା | ୧୧ ଦିନ ଧରି କୃଷ୍ଣଲୀଳା | Dhanu Yatra 2025

ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭାରମ୍ଭ ହୋଇଛି। ଆସନ୍ତା ୧୧ ଦିନ ଧରି ବରଗଡ଼ ସହର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପରିଣତ ହେବ। ଏହି ଅବସରରେ ବରଗଡ଼ ସହର ମଥୁରା ନଗର ଭାବେ ଓ ଆମ୍ବାପାଲି ଅଞ୍ଚଳ ଗୋପପୁର ଭାବେ ପରିଚିତ ହେବ।

ଧନୁଯାତ୍ରାରେ ମହାରାଜ କଂସଙ୍କ ଅଟ୍ଟହାସ୍ୟ, ନିରଙ୍କୁଶ ଶାସନ ଓ ଶ୍ରୀକୃଷ୍ଣଙ୍କ ଅବତାର ସହ ତାଙ୍କର ବାଳ୍ୟ ଓ କିଶୋର ଲୀଳା ନାଟ୍ୟରୂପେ ପ୍ରଦର୍ଶିତ ହେବ। ଶ୍ରୀକୃଷ୍ଣଙ୍କ ଜନ୍ମ, ପୁତନା ବଧ, କାଳିୟ ଦମନ, ରାସଲୀଳା ଓ ଶେଷରେ କଂସ ବଧ—ସମସ୍ତ ଘଟଣା ସଜିବ ଭାବରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପିତ ହେବ।

ବିଶ୍ୱର ସର୍ବବୃହତ ଓ ଅନନ୍ୟ ମୁକ୍ତାକାଶ ନାଟ୍ୟ ଭାବେ ପରିଚିତ ଏହି ଧନୁଯାତ୍ରାକୁ ଦେଖିବା ପାଇଁ ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷାଧିକ ଦର୍ଶକ ବରଗଡ଼କୁ ଆସନ୍ତି। ସହରର ପ୍ରତ୍ୟେକ କୋଣା ମଥୁରା ନଗରର ରୂପ ନେଇ ଜୀବନ୍ତ ଇତିହାସର ଅନୁଭୂତି ଦେଇଥାଏ।

ଆଜି ସଂଧ୍ୟାରେ ଭବ୍ୟ ଉଦଘାଟନ ସମାରୋହ ସହ ଧନୁଯାତ୍ରାର ଶୁଭାରମ୍ଭ ହୋଇଥିବାବେଳେ, ସମ୍ପୂର୍ଣ୍ଣ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ଲୋକକଳାର ଏହି ମହାନ ଉତ୍ସବ ଧନୁଯାତ୍ରା ସମଗ୍ର ବିଶ୍ୱରେ ଓଡ଼ିଶାର ଗର୍ବ ଭାବେ ପରିଚିତ।