ଓଷ୍ଟା ପକ୍ଷରୁ କୁତ୍ରା ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସଫଳତାର ସହ ଉଦ୍ଯାପିତ
ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଗମ୍ଭାରଡ଼ିହି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ଉଦ୍ଯାପନି ସଭାରେ କୁତ୍ରା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନରେ ଶିକ୍ଷକ–ଶିକ୍ଷୟିତ୍ରୀମାନେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ମହାରଣା, ସବିତା ଦାସ (ସମ୍ପାଦିକା), ନିତ୍ୟାନନ୍ଦ ବେହେରା (ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ), ଟିକେଚାନ୍ଦ ସିଂହ (ରାଜ୍ୟ ପରିଷଦ ସଭ୍ୟ), ବ୍ରିଦ୍ଧିଚନ୍ଦ୍ର ବିଲୁଙ୍ଗ (ପ୍ରଧାନ ଶିକ୍ଷକ) ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।
ବ୍ଲକ ଅନ୍ତର୍ଗତ ୧୫ଟି ବିଦ୍ୟାଳୟରୁ ୧୫୦ ଜଣ ପ୍ରତିଯୋଗୀ ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ୧୦ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ୨୨ ତାରିଖରେ ଓଷ୍ଟା ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ ଅଂଶ ନେବେ।
ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାରାମ ମିଞ୍ଜ ମୁଖ୍ୟ ଅତିଥି ଥିବାବେଳେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ନିରଞ୍ଜନ ରାଉଳ ଓ ଝାରବେଡା ସରପଞ୍ଚ ଭିକ୍ଟୋରିଆ ଜୋଜୋ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ବିଭିନ୍ନ ବିଦ୍ୟାଳୟର ଶିକ୍ଷକ–ଶିକ୍ଷୟିତ୍ରୀ ସରୋଜ କୁମାର ମହାରଣା, ଆଲାମା ଆଇନ୍ଦ, ଜୟନ୍ତୀ ଟେଟେ, ରେଣୁକ କେର୍କେଟା, ଜାକ୍ରିଆସ କେର୍କେଟା, ଆଶିର୍ବାଦ ମିଶ୍ର, ଦିଲୀପ ସାହୁ, ରୋହିତ ବାରୁଆ, ମନୀଷା ପାଣ୍ଡେ ସହ ଅନ୍ୟାନ୍ୟ ଶିକ୍ଷକ–ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
Share this article
View More
Stay Updated
Subscribe to our newsletter for latest updates.