Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Accident > ବିଷମକଟକ ଡେଗାଲ ବୁଡୁନିରେ ଭୟାବହ ଦୁର୍ଘଟଣା, ବୋଲେରୋ ଧକ୍କାରେ ମାଁ ମୃତ

ବିଷମକଟକ ଡେଗାଲ ବୁଡୁନିରେ ଭୟାବହ ଦୁର୍ଘଟଣା, ବୋଲେରୋ ଧକ୍କାରେ ମାଁ ମୃତ

By brother ansu Jan 13, 2026 0 min read
ବିଷମକଟକ ଡେଗାଲ ବୁଡୁନିରେ ଭୟାବହ ଦୁର୍ଘଟଣା, ବୋଲେରୋ ଧକ୍କାରେ ମାଁ ମୃତ
ବିଷମକଟକ ଡେଗାଲ ବୁଡୁନିରେ ଭୟାବହ ଦୁର୍ଘଟଣା, ବୋଲେରୋ ଧକ୍କାରେ ମାଁ ମୃତ

ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଡେଗାଲ ବୁଡୁନି ଗ୍ରାମରେ ଆଜି ଏକ ଭୟାବହ ରାସ୍ତା ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବୋଲେରୋ ଗାଡ଼ିର ଧକ୍କାରେ ମାଆ–ପୁଅ ଗୁରୁତର ଭାବେ ଆହତ ହୋଇଥିଲେ।

ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ୫୫ ବର୍ଷୀୟା ମହିଳା ରୁକୁଣି କୁସୁଲିଆ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ, ବୋଲେରୋ ଗାଡ଼ିଟି ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ମାଆ–ପୁଅଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି।

ଘଟଣା ସୂଚନା ପାଇ ବିଷମକଟକ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ସେଥିସହ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରାଯାଇଥିବା ବେଳେ ଦୁର୍ଘଟଣାର ସଠିକ୍ କାରଣ ନେଇ ତଦନ୍ତ ଜାରି ରହିଛି।

No video available for this news.