ରୋଡ଼ କଡ଼ରେ ଛିଡ଼ା ହୋଇଥିବା କାର କୁ ପଛ ପଟୁ ପିଟିଲା Max ଗାଡ଼ି ୬ ଆହତ।
ରାଜଗାଙ୍ଗପୁର ତା - ୧୨-୧୨-୨୫ ,(ରମେଶ ସୋନି ଙ୍କ ରିପୋର୍ଟ ) ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ରାଜଗାଙ୍ଗପୁର ରୁ ଗୋଟିଏ ପରିବାରର ଲୋକେ ଦୁଇଟି କାର ଯୋଗେ ପାରିବାରିକ ଆୟୋଜନ ରେ ସମ୍ମିଳିତ ହେବା ପାଇଁ ବିଶ୍ରା ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଝଗରପୁର ନିକଟରେ ଗୋଟିଏ କାର ଚକା ପଞ୍ଚର ହେବାରୁ କାରଟିକୁ ସଜାଡ଼ିବା ପାଇଁ ରୋଡ଼ କଡ଼ରେ ଛିଡ଼ା କରି ପଞ୍ଚର ଚକା କୁ ବଦଳି କରୁଥିବା ସମୟରେ ସମ୍ବଲପୁର ଆଡୁ ଆସୁଥିବା ଏକ Max ପିକପ ଗାଡ଼ିଟି ପ୍ରଥମେ ଡିଭାଇଡର କୁ ପିଟିଲା ପରେ ରୋଡ଼ କଡ଼ରେ ଛିଡ଼ା ହୋଇ ଥିବା କାରକୁ ପିଟିବାରୁ ଅନୁନ୍ୟ ୬ ଜଣ ଆହତ ହୋଇଛନ୍ତି ।
ସ୍ଥାନୀୟ ବାସିନ୍ଦା ମାନେ ଆହତ ଲୋକଙ୍କୁ ଡାକ୍ତରଖାନାରେ ଆଣିବାବେଳେ ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତି କୁ କେନ୍ଦ୍ରକରି ଉତ୍ୟକ୍ତ ଲୋକେ ବେଶ ପାଟିତୁଣ୍ଡ କରିଥିଲେ। କିନ୍ତୁ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦା ମାନେ ବୁଝା ସୁଝା କଲାପରେ ପରିବେଶ ଶାନ୍ତ ପଡିଥିଲା। ଆହତ ମାନଙ୍କ ମଧ୍ୟରୁ ଜଣଂକର ଗୋଡ଼ ହାଡ଼ ଭାଙ୍ଗି ଥିବାର ସନ୍ଦେହ କରି ତାକୁ ରାଉରକେଲା RGH ହସ୍ପିଟାଲ କୁ ରେଫର କରାଯାଇଥିବାବେଳେ ଅନ୍ୟ ମାନଙ୍କୁ ଆସୁ ଚିକିତ୍ସା ପରେ ଛାଡି ଦିଆଯାଇଛି।
ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ମଦ୍ୟପ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଜାରି ରଖିଥିବାର କୁହାଯାଉଛି। ସ୍ଥାନୀୟ ଲୋକଙ୍କ ଦାବି ହେଉଛି ଯେ, ଡାକ୍ତରଖାନାରେ ବଡ଼ ବଡ଼ କୋଠାଘର କଲେ କଣ ହେବ କୋଠାଘର ସାଙ୍ଗକୁ ୨୪ ଘଣ୍ଟା ଅନୁନ୍ୟ ଦୁଇ ଜଣ ଡାକ୍ତର ଓ ଆନୁଷଙ୍ଗିକ ବ୍ୟବସ୍ଥା ର ଆବଶ୍ୟକତା ଅଛି, ଛୋଟ ଛୋଟ ଉପଚାର ପାଇଁ ଆସୁଥିବା ରୋଗୀମାନଙ୍କୁ ଡାକ୍ତର ମାନେ ରାଜଗାଙ୍ଗପୁର ରୁ ରାଉରକେଲା RGH ହସ୍ପିଟାଲ ରେଫର କରିବା ଚଳନି କୁ ବନ୍ଧ କରାଯାଉ ଏବଂ ବର୍ଷେ ତଳେ ୧୦୦ ଶଯ୍ୟା ବିଶିଷ୍ଟ ତିଆରି ହୋଇସାରିଥିବା ଡ଼ାକ୍ତରଖାନାର ବିଲଡିଙ୍ଗ କୁ ଶିଘ୍ର କାର୍ଯ୍ୟକ୍ଷମ କରିବାକୁ ଜନ ସାଧାରଣଙ୍ ତରଫର ଦାବୀ ହେଉଛି
Share this article
View More
ବିଷମକଟକ ଡେଗାଲ ବୁଡୁନିରେ ଭୟାବହ ଦୁର୍ଘଟଣା, ବୋଲେରୋ ଧକ୍କାରେ ମାଁ ମୃତ
Jan 13, 2026
ପାଇକ ଡାକୁଲୁଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଅଗ୍ନିକାଣ୍ଡ: ପ୍ରଧାନ ଶିକ୍ଷକ ସହ ୫ ଶିକ୍ଷକଙ୍କ ଦରମା ବନ୍ଦ
Jan 06, 2026
ରାୟଗଡ଼ା ଚନ୍ଦ୍ରପୁରରେ SOUTHCO ବିଦ୍ୟୁତ୍ ଅବହେଳା: ବିଦ୍ୟୁତ୍ ତାର ଆଘାତରେ ଦୁଇ ମୃତ, ଜୀବନ ଅସୁରକ୍ଷିତ
Dec 24, 2025
ମୁନିଗୁଡ଼ାରେ ଦୁଃଖଦ ଘଟଣା: ଆମ୍ବ ଗଛରୁ ପଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ
Dec 22, 2025
ଦିଗପହଣ୍ଡି ଘାଟିରେ ସ୍କୁଲ୍ ପିକ୍ନିକ୍ ବସ୍ ଦୁର୍ଘଟଣା: ୫୦ ଫୁଟ ତଳକୁ ଖସି ଜଣେ ମୃତ, ୧୪ ଆହତ
Dec 21, 2025
Stay Updated
Subscribe to our newsletter for latest updates.