Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Accident > ଦିଗପହଣ୍ଡି ଘାଟିରେ ସ୍କୁଲ୍‌ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା: ୫୦ ଫୁଟ ତଳକୁ ଖସି ଜଣେ ମୃତ, ୧୪ ଆହତ

ଦିଗପହଣ୍ଡି ଘାଟିରେ ସ୍କୁଲ୍‌ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା: ୫୦ ଫୁଟ ତଳକୁ ଖସି ଜଣେ ମୃତ, ୧୪ ଆହତ

By brother ansu Dec 21, 2025 0 min read
ଦିଗପହଣ୍ଡି ଘାଟିରେ ସ୍କୁଲ୍‌ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା: ୫୦ ଫୁଟ ତଳକୁ ଖସି ଜଣେ ମୃତ, ୧୪ ଆହତ
ଦିଗପହଣ୍ଡି ଘାଟିରେ ସ୍କୁଲ୍‌ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା: ୫୦ ଫୁଟ ତଳକୁ ଖସି ଜଣେ ମୃତ, ୧୪ ଆହତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଘାଟି ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜରଡ଼ା ଥାନା ଅନ୍ତର୍ଗତ ବାରିଆଁପଥର ନିକଟରେ ଏକ ସ୍କୁଲ୍‌ ପିକ୍‌ନିକ୍‌ ବସ୍‌ ନିୟନ୍ତ୍ରଣ ହରାଇ ୫୦ ଫୁଟ ତଳକୁ ଖସିପଡ଼ିଛି।

ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଷ୍ଟାଫ୍‌ ଗୁରୁତର ଆହତ ହୋଇଛନ୍ତି। ବସ୍‌ଟି ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଷ୍ଟାଫ୍‌ମାନଙ୍କୁ ନେଇ ପିକ୍‌ନିକ୍‌ ଯାଉଥିଲା।

ସମସ୍ତ ଆହତଙ୍କୁ ତୁରନ୍ତ ପାତ୍ରପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଖବର ପାଇ ଜରଡ଼ା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଦୁର୍ଘଟଣାର କାରଣ ତଦନ୍ତ କରୁଛି।

No video available for this news.