Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Spiritual > ନିଳେଇ ପାଳିରେ ଭବ୍ୟ ୪୦ ପ୍ରହରୀ ନାମଯଜ୍ଞ ସମାପନ

ନିଳେଇ ପାଳିରେ ଭବ୍ୟ ୪୦ ପ୍ରହରୀ ନାମଯଜ୍ଞ ସମାପନ

By brother ansu Mar 27, 2026 0 min read
ନିଳେଇ ପାଳିରେ ଭବ୍ୟ ୪୦ ପ୍ରହରୀ ନାମଯଜ୍ଞ ସମାପନ
ନିଳେଇ ପାଳିରେ ଭବ୍ୟ ୪୦ ପ୍ରହରୀ ନାମଯଜ୍ଞ ସମାପନ

ବରଗଡ଼, ୨୭ ମାର୍ଚ୍ଚ ୨୦୨୬: ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ ନିଳେଇ ପାଳି ଗ୍ରାମରେ ଆୟୋଜିତ ୪୦ ପ୍ରହରୀ ନାମଯଜ୍ଞ ଭବ୍ୟ ଓ ଭକ୍ତିମୟ ପରିବେଶରେ ସଫଳତାର ସହ ସମାପନ ହୋଇଯାଇଛି।

ନାମଯଜ୍ଞ ଅବସରରେ ଗାଁ ପୋଖରୀ ତୁଠରେ ପୂଜାର୍ଚ୍ଚନା କରାଯାଇ ପରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନସିକ କଳସ ବୋକି ଯଜ୍ଞ ମଣ୍ଡପକୁ ପହଞ୍ଚିଥିଲେ। ପରେ ବ୍ରହ୍ମା ବରଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ଏହି ପୂଜା କାର୍ଯ୍ୟକୁ ସୁବିଜ୍ଞ ପଣ୍ଡିତ ପ୍ରହଲ୍ଲାଦ ଶତପଥୀ ଓ ବିମଲେଶ୍ୱର ପଣ୍ଡା ସଫଳତାର ସହ ପରିଚାଳନା କରିଥିଲେ। ଚଳିତ ବର୍ଷରେ କର୍ତ୍ତା ଭାବେ ହେମଚନ୍ଦ୍ର ପ୍ରଧାନ ଓ ତାଙ୍କ ସହଧର୍ମିଣୀ ଲୋକେଶ୍ୱରୀ ପ୍ରଧାନ ଦାୟିତ୍ୱ ନିଭାଇଥିଲେ।

ପ୍ରତିଦିନ ସ୍ଥାନୀୟ ସଙ୍କୀର୍ତ୍ତନ ଦଳ ସହ ଦୂରଦୂରାନ୍ତରୁ ଆସିଥିବା ବିଭିନ୍ନ ସଙ୍କୀର୍ତ୍ତନ ଦଳ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ପୂର୍ଣ୍ଣାହୁତି ଦିନ ପଧାନପାଲି, ତକବା, ବହଲପାଲି ଓ ଦୁର୍ଗାପାଲିର ସଙ୍କୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଭଗବାନଙ୍କୁ ଛପନ ଭୋଗ ଅର୍ପଣ କରାଯାଇଥିଲା ଓ ପ୍ରତିଦିନ ଅପରାହ୍ନରେ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ପୂର୍ଣ୍ଣାହୁତି ଦିନ ହଜାର ହଜାର ଭକ୍ତଙ୍କ ଭୀଡ଼ ଦେଖିବାକୁ ମିଳିଥିଲା।

ଏହି ୪୦ ପ୍ରହରୀ ନାମଯଜ୍ଞର ସଫଳ ଆୟୋଜନରେ ଗ୍ରାମର ସମସ୍ତ ଆବାଳବୃଦ୍ଧ ବନିତାଙ୍କ ସକ୍ରିୟ ସହଯୋଗ ଉଲ୍ଲେଖନୀୟ ରହିଛି।

No video available for this news.