Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Spiritual > ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ

ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ

By brother ansu Mar 27, 2026 1 min read
ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ
ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ

ଓଡ଼ିଶାର ପ୍ରସିଦ୍ଧ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ହୋଇଛି। ଗାଙ୍ଗପୁର ଷ୍ଟେଟ୍ ସମୟରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଗାମୀ ୨୦୨୭ ମସିହାରେ ୧୦୦ ବର୍ଷ ପୂରଣ କରିବ।

ବାବା ତାଲାବ ପୋଖରୀ କୂଳରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରାଯାଇଥିଲା। ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନଙ୍କ ବିଗ୍ରହ ପ୍ରଥମେ କୁମାରକେଲା ଅଞ୍ଚଳରେ ତିଆରି ହୋଇ ସହରର ବିଭିନ୍ନ ପଡ଼ା ଦେଇ ମନ୍ଦିରକୁ ଆଣାଯାଇଥିଲା।

ରାମନବମୀ ଦିନ ବିଗ୍ରହ ପୂଜା ପରେ ବିଶାଳ ଶୋଭାଯାତ୍ରା ବାହାରିଥିଲା, ଯେଉଁଥିରେ ହଜାର ହଜାର ଭକ୍ତ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଭୋଗ, ଫଳ, ଜଳଖିଆ, ସର୍ବତ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ମୁସଲିମ ସମ୍ପ୍ରଦାୟର ଲୋକମାନେ ମଧ୍ୟ ପାନୀୟ ଜଳ ବଣ୍ଟନ କରି ଭାଇଚାରାର ଉଦାହରଣ ସୃଷ୍ଟି କରିଥିଲେ।

ଶୋଭାଯାତ୍ରା ସହର ପରିକ୍ରମା କରି ଶେଷରେ ଲିପଲୋଇ ଗ୍ରାମରେ ସମାପ୍ତ ହୋଇଥିଲା। ଏହି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ପୋଲିସ ଫୋର୍ସ, BSF, ଡ୍ରୋନ, ଅଗ୍ନିଶମ ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା।

No video available for this news.