Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Sports > ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

By biplabi parikrama Dec 09, 2025 1 min read
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

କୁତ୍ରା ୯/୧୨(ବିପ୍ଲବୀ ପରିକ୍ରମା) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଶ୍ରୀଅରବିନ୍ଦ ଦିବ୍ୟଜ୍ୟୋତି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ଆଜି ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ସଭା ରେ ପରିଚାଳନା ପରିଷଦ ର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ସୁସ୍ଥ  ଜୀବନ ଯାପନ ସହ କ୍ରୀଡା ରୋଜଗାର ପାଇଁ ମଧ୍ୟ ପଥ ପରିଷ୍କାର କଟିଥାଏ ବୋଲି ମତ ବ୍ୟକ୍ତ କରିଥିଲେ। ଅଧ୍ୟକ୍ଷା କଳ୍ପନା ପାଣିଗ୍ରାହୀ  ଛାତ୍ର ଛାତ୍ରୀ ମାନେ ପାଠ ପଢା ସହିତ କ୍ରୀଡା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। କାରଣ ଖେଳ କୁଦ ଦ୍ୱାରା ଦେହ ସୁସ୍ଥ ରହିବା ସହିତ ମନ ରହିବ ମନ ଭଲ ରହିଲେ ପାଠ ପଢ଼ାରେ ମଧ୍ୟ ମନ ଲାଗିବ ବୋଲି କହିଥିଲେ,  ସ୍ପୋର୍ଟସ ଇନଚାର୍ଜ   ପୁଷ୍ପଲତା ଟପ୍ପୋ ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ କ୍ରମେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଖେଳ ବିଭାଗ ପରିଚାଳିତ ହୋଇଥିଲା। ଏଥିରେ ଶିକ୍ଷା କେନ୍ଦ୍ରର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ  ମଧ୍ୟରେ ପୁଷ୍ପଳତା ତିର୍କୀ, ଅଲେଖ କୁଜୁର,ଶର୍ମା ସି. କେର୍କେଟା, ପୂର୍ଣ୍ଣିମା ସିଂଙ୍କୁ, ବିନତି କେଛୁ, ଅର୍ଚନା ପ୍ରିୟଦର୍ଶିନୀ ସାହୁ, ସୁଜାତା ଡୁଙ୍ଗ ଡୁଙ୍ଗ, ସଂଗୀତା ଟପ୍ପୋ, ଯଶୋବନ୍ତି ଜୟପୂରିଆ,ପ୍ରିୟଙ୍କା ପୃସେଠ,ମନ୍ଦାକିନୀ ବାରୁଆ ଓ ସର୍ବଦା ବିଶ୍ୱକର୍ମା ପମୁଖ ପରିଚାଳନା ରେ ସହଯୋଗ କରିଥିଲେ। ସୂଚନା ଏହିକି ଆସନ୍ତା କାଲି ଅପରାହ୍ନ ରେ ଏହି ଉତ୍ସବ ଟି ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି।

No video available for this news.