Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Sports > ଗଭର୍ଣ୍ଣମେଣ୍ଟ ITI ଗଜବାହାଲରେ ଆରମ୍ଭ ହେଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା, ମାଁ ମାର୍କମାଁ ମନ୍ଦିରରୁ ମଶାଳ ଯାତ୍ରା

ଗଭର୍ଣ୍ଣମେଣ୍ଟ ITI ଗଜବାହାଲରେ ଆରମ୍ଭ ହେଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା, ମାଁ ମାର୍କମାଁ ମନ୍ଦିରରୁ ମଶାଳ ଯାତ୍ରା

By brother ansu Jan 12, 2026 1 min read
ଗଭର୍ଣ୍ଣମେଣ୍ଟ ITI ଗଜବାହାଲରେ ଆରମ୍ଭ ହେଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା, ମାଁ ମାର୍କମାଁ ମନ୍ଦିରରୁ ମଶାଳ ଯାତ୍ରା
ଗଭର୍ଣ୍ଣମେଣ୍ଟ ITI ଗଜବାହାଲରେ ଆରମ୍ଭ ହେଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା, ମାଁ ମାର୍କମାଁ ମନ୍ଦିରରୁ ମଶାଳ ଯାତ୍ରା

ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳର ଗଭର୍ଣ୍ଣମେଣ୍ଟ ITI ଗଜବାହାଲରେ ଆଜି ଉତ୍ସାହ ଓ ଆନନ୍ଦମୟ ପରିବେଶରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସକାଳୁ ମାଁ ମାର୍କମାଁ ମନ୍ଦିରରୁ ଗଭର୍ଣ୍ଣମେଣ୍ଟ ITI ଗଜବାହାଲ ପର୍ଯ୍ୟନ୍ତ ଏକ ଶୋଭାମୟ ମଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା

ଏହି ମଶାଳ ଯାତ୍ରାରେ ITI ର ୨୦ ଜଣ ପ୍ରଶିକ୍ଷଣାର୍ଥୀ ଓ ୪ ଜଣ ପ୍ରଶିକ୍ଷକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ମଶାଳ ଯାତ୍ରାକୁ ନେତୃତ୍ୱ ଦେଇଥିବା ପ୍ରଶିକ୍ଷକମାନେ ହେଲେ ଡିଟିଓ  ରାଜୀବ କୁମାର ମହନ୍ତ, ଏଟିଓ  ସରଦା ପ୍ରସାଦ ସାହୁ, ଏଟିଓ  ଜିତେନ୍ଦ୍ରିୟ ସାହୁ ଓ ଏଟିଓ  ରାମାଇଭ୍ ମାର୍ଣ୍ଡି। ସମସ୍ତେ ମଶାଳ ଧାରଣ କରି ଶିଷ୍ଟାଚାର ଓ ଶାନ୍ତିଶୃଙ୍ଖଳାର ସହିତ ଯାତ୍ରାକୁ ସଫଳ କରିଥିଲେ।

ମଶାଳ ଯାତ୍ରା ସମାପ୍ତି ପରେ ITI କଲେଜ ପ୍ରାଙ୍ଗଣରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଥିଲା। କଲେଜର ସମ୍ମାନିତ ପ୍ରିନ୍ସପାଲ୍ ମହୋଦୟ ଦୀପ ପ୍ରଜ୍ଜ୍ୱଳନ କରି କ୍ରୀଡା ପ୍ରତିଯୋଗିତାର ଔପଚାରିକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ କ୍ରୀଡା ଶରୀରିକ ଓ ମାନସିକ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଓ ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ କ୍ରୀଡାକୁ ସମାନ ଗୁରୁତ୍ୱ ଦେବା ଉଚିତ।

ଉଲ୍ଲେଖଯୋଗ୍ୟ ଯେ, ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜିଠାରୁ ଆଗାମୀ ୩ ଦିନ ଧରି ଚାଲିବ। ଏହି ସମୟରେ ଦୌଡ଼,  କବାଡ଼ି, ଭଲିବଲ, ଖୋଖୋ ଭଳି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ, ଯେଉଁଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳା, ଶିଷ୍ଟାଚାର ଓ ଉତ୍ସାହଭରା ପରିବେଶରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ଶିଷ୍ଟାଚାର ଓ ଟୀମ୍‌ଭାବନାକୁ ପ୍ରୋତ୍ସାହନ ମିଳୁଥିବା ଦେଖାଯାଇଥିଲା।

ରାୟଗଡ଼ା ଜିଲ୍ଲାରୁ ଜବାବ ପାଲକାଙ୍କ ରିପୋର୍ଟ

ବିପ୍ଳବୀ ପରିକ୍ରମା

No video available for this news.