Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Sports > ଓଡ଼ିଶା ପାଇଁ ଗର୍ବର ଖବର: ଥାଇଲାଣ୍ଡରେ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ନେବେ ସିପକଟାକ୍ରୋ ଖେଳାଳି ବିକାଶ ରେଡ୍ଡି

ଓଡ଼ିଶା ପାଇଁ ଗର୍ବର ଖବର: ଥାଇଲାଣ୍ଡରେ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ନେବେ ସିପକଟାକ୍ରୋ ଖେଳାଳି ବିକାଶ ରେଡ୍ଡି

By brother ansu Jan 14, 2026 0 min read
ଓଡ଼ିଶା ପାଇଁ ଗର୍ବର ଖବର: ଥାଇଲାଣ୍ଡରେ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ନେବେ ସିପକଟାକ୍ରୋ ଖେଳାଳି ବିକାଶ ରେଡ୍ଡି
ଓଡ଼ିଶା ପାଇଁ ଗର୍ବର ଖବର: ଥାଇଲାଣ୍ଡରେ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ନେବେ ସିପକଟାକ୍ରୋ ଖେଳାଳି ବିକାଶ ରେଡ୍ଡି

ଓଡ଼ିଶା ପାଇଁ ଏକ ଗର୍ବର ଖବର। ରାୟଗଡ଼ା ଜିଲ୍ଲା ବିଷମକଟକର ଯୁବ ସିପକଟାକ୍ରୋ ଖେଳାଳି ବିକାଶ ରେଡ୍ଡି ଏବେ ଆନ୍ତର୍ଜାତୀୟ ମଞ୍ଚରେ ଭାରତ ଓ ଓଡ଼ିଶାର ନାମ ଉଜ୍ଜ୍ୱଳ କରିବାକୁ ପ୍ରସ୍ତୁତ।

ବିଷମକଟକର ପ୍ରଶାନ୍ତ କୁମାର ରେଡ୍ଡିଙ୍କ ସୁପୁତ୍ର ବିକାଶ ରେଡ୍ଡି ଆସନ୍ତା ଜାନୁଆରି ୧୫ରୁ ଫେବ୍ରୁଆରି ୯ ପର୍ଯ୍ୟନ୍ତ ସିପକଟାକ୍ରୋ ଖେଳର ଜନ୍ମଭୂମି ଥାଇଲାଣ୍ଡରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରଶିକ୍ଷଣ ଶିବିରରେ ଭାରତୀୟ ଦଳ ପକ୍ଷରୁ ଭାଗ ନେବେ।

ବର୍ତ୍ତମାନ ବିଷମକଟକ ମାଁ ମାର୍କମାଁ ମହାବିଦ୍ୟାଳୟରେ ଅଧ୍ୟୟନରତ ବିକାଶ ପୂର୍ବରୁ ଉପକନିଷ୍ଠ ସିପକଟାକ୍ରୋ ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଖେଳି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଆନ୍ଧ୍ରପ୍ରଦେଶ, ଗୋଆ, ବିହାର, ରାଜସ୍ଥାନ ସହ ଦେଶର ବିଭିନ୍ନ ରାଜ୍ୟରେ ଆୟୋଜିତ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି।

ଓଡ଼ିଶା ବରିଷ୍ଠ ଦଳରେ ସ୍ଥାନ ପାଇ ପରେ ଭାରତୀୟ ଦଳରେ ଚୟନିତ ହୋଇ କୋଲକୋତା, ତେଲେଙ୍ଗାନା, ଗୋଆ, ଦାମନ ଓ ଡିୟୁରେ ଖେଳି ବିକାଶ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି।

ତାଙ୍କ ଅସାଧାରଣ ପ୍ରତିଭାକୁ ଦୃଷ୍ଟିରେ ରଖି ଏବେ ଜାତୀୟ ଦଳ ସହ ଥାଇଲାଣ୍ଡରେ ପ୍ରଶିକ୍ଷଣ ନେବାର ସୁଯୋଗ ମିଳିଛି, ଯାହା ସମଗ୍ର ରାୟଗଡ଼ା ଜିଲ୍ଲା ଓ ଓଡ଼ିଶା ପାଇଁ ଗର୍ବର ବିଷୟ।

ବିକାଶଙ୍କ ଏହି ସଫଳତା ପାଇଁ ବିପ୍ଳବୀ ପରିକ୍ରମା ନ୍ୟୁଜ୍, ରାୟଗଡ଼ା ଜିଲ୍ଲା ପକ୍ଷରୁ ତାଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।

No video available for this news.