ବିଷମକଟକରେ BPL Season–II ଫାଇନାଲ: MP 11 ଚାମ୍ପିଅନ, କ୍ରିକେଟ୍ ପ୍ରେମୀଙ୍କ ଐତିହାସିକ ମୁହୂର୍ତ୍ତ

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ରେ କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ବିଷମକଟକ ବ୍ଲକ୍ କଲୋନୀ ୟୁଙ୍ଗଷ୍ଟାର ଖେଳ ପଡିଆରେ Bissamcuttack Premier League – BPL Season–II (2025-26) ର ଭବ୍ୟ ଫାଇନାଲ ମ୍ୟାଚ୍ ସଫଳତାର ସହିତ ଆୟୋଜିତ ହୋଇଯାଇଛି।
ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ବିଷମକଟକର ଯୁବ କ୍ରିକେଟ୍ ଖେଳାଳି କେ. ରାହୁଲ କୁମାର ଆଚାରୀ ଓ ତାଙ୍କ ଟିମ୍ ଦ୍ୱାରା କରାଯାଇଥିଲା, ଯାହା ସ୍ଥାନୀୟ କ୍ରିକେଟ୍ ପ୍ରତିଭାକୁ ଆଗକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି।
ଗତ ୧୮ ତାରିଖରୁ ଆରମ୍ଭ ହୋଇ ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ MP 11 ଓ ବିଷମକଟକ ବୁଲ୍ସ ମଧ୍ୟରେ ହୋଇଥିଲା ମହାମୁକାବିଲା। ରୋମାଞ୍ଚକର ମ୍ୟାଚ୍ରେ MP 11 ଦଳ ବିଜୟ ଲାଭ କରି ଚାମ୍ପିଅନ ହୋଇଥିଲେ।
ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ କ୍ରିକେଟ୍ ଖେଳାଳି ଭାବେ ଚାଟିକଣାର ପିଣ୍ଟୁ ନାୟକ ଚୟନିତ ହୋଇଥିଲେ।
ଫାଇନାଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
ୟାଲ୍ଲା କୋଣ୍ଡାବାବୁ, ଗୌତମ ଉର୍ଲ୍ଲକା, ବିଜେପି ମଣ୍ଡଳ ସଭାପତି ସୋମନାଥ ହିମ୍ବିରିକା, ସାଂସଦ ପ୍ରତିନିଧି ଦିଲୀପ ପଟ୍ଟନାୟକ, ବିରାଜ ପାତ୍ର, ଅମିତାଭ ପଟନାୟକ, ଶିବ ପ୍ରସାଦ ପାଢ଼ୀ, ଯୁବ ସମାଜ ସେବୀ ଜବାବ ପାଲକା , ନରତ୍ତମ ପାଢ଼ୀ ଓ ସାଇରାମ ପଟ୍ଟନାୟକ
ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ମଞ୍ଚ ପରିଚାଳନାର ଦାୟିତ୍ୱ ରାଜେଶ ବିଶ୍ୱାଳ, ମୁଖ୍ୟ ଏମ୍ପାୟର ଭାବେ ଶିବରାମ ନାୟକ ଓ ମୁକେଶ ପଲକିଆ, ଏବଂ ସଜିବ ଏନାଉନ୍ସମେଣ୍ଟ ନେତ୍ରାନନ୍ଦ ଶତପଥୀ କରିଥିଲେ।
ଫାଇନାଲ ମ୍ୟାଚ୍ ଦେଖିବାକୁ ବିଷମକଟକ ବ୍ଲକ୍ର ବିଭିନ୍ନ ପଞ୍ଚାୟତ ଓ ଗ୍ରାମରୁ ବିପୁଳ ସଂଖ୍ୟାରେ ଦର୍ଶକ ଭିଡ଼ ଜମାଇ ଖେଳର ପ୍ରତ୍ୟେକ ମୁହୂର୍ତ୍ତ ଉପଭୋଗ କରିଥିଲେ।
ରାୟଗଡ଼ା ଜିଲ୍ଲାରୁ ଜବାବ ପାଲକାଙ୍କ ରିପୋର୍ଟ – ବିପ୍ଳବୀ ପରିକ୍ରମା
Share this article
View More
ରାୟଗଡ଼ା ବିଷମକଟକ ମିନି ଷ୍ଟାଡିୟମରେ ୩୧ତମ ଜୁନିଅର ବାଳକ ଓ ବାଳିକା ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍ ଚ୍ୟାମ୍ପିଅନ୍ସିପ୍–୨୦୨୬ର ଦ୍ୱିତୀୟ ଦିନ
Jan 19, 2026
ବିଷମକଟକରେ ଆରମ୍ଭ ହେଲା ୩୧ତମ ଜୁନିଅର ବାଳକ ଓ ବାଳିକା ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍ ଚ୍ୟାମ୍ପିଅନ୍ସିପ୍–୨୦୨୬
Jan 18, 2026
ଓଡ଼ିଶା ପାଇଁ ଗର୍ବର ଖବର: ଥାଇଲାଣ୍ଡରେ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ନେବେ ସିପକଟାକ୍ରୋ ଖେଳାଳି ବିକାଶ ରେଡ୍ଡି
Jan 14, 2026
ଗଭର୍ଣ୍ଣମେଣ୍ଟ ITI ଗଜବାହାଲରେ ଆରମ୍ଭ ହେଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା, ମାଁ ମାର୍କମାଁ ମନ୍ଦିରରୁ ମଶାଳ ଯାତ୍ରା
Jan 12, 2026
ଚଇତି ମୋହତ୍ସବ 2025 ଶେଷ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପୁରସ୍କାର ଘୋଷଣା, All India Shooting Champion ବିଜୟକିଶର ପଟ୍ଟନାୟକ ସମ୍ମାନିତ
Dec 30, 2025
Stay Updated
Subscribe to our newsletter for latest updates.