Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Sports > ଆପ୍ରାଇଜ଼ କଲେଜ ବରଗଡରେ ତ୍ରିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ | ପୁରସ୍କାର ବିତରଣ ଦିବସ 2025

ଆପ୍ରାଇଜ଼ କଲେଜ ବରଗଡରେ ତ୍ରିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ | ପୁରସ୍କାର ବିତରଣ ଦିବସ 2025

By brother ansu Dec 09, 2025 1 min read
ଆପ୍ରାଇଜ଼ କଲେଜ ବରଗଡରେ ତ୍ରିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ | ପୁରସ୍କାର ବିତରଣ ଦିବସ 2025
ଆପ୍ରାଇଜ଼ କଲେଜ ବରଗଡରେ ତ୍ରିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ | ପୁରସ୍କାର ବିତରଣ ଦିବସ 2025

ଆପ୍ରାଇଜ଼ କଲେଜ, ବରଗଡରେ ଆୟୋଜିତ ତ୍ରିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ 2025 ରେ ବିଶେଷ ଆକର୍ଷଣ ହେଲା ପୁରସ୍କାର ବିତରଣ କାର୍ଯ୍ୟକ୍ରମ।

ମୁଖ୍ୟ ଅତିଥି ସତ୍ୟକେତନ ମହାନ୍ତି (ଆନ୍ତର୍ଜାତୀୟ ସଂଗ୍ରାହକ, ସମାଜ ସେବୀ), ସରୋଜ କୁମାର ଷଡ଼ଙ୍ଗୀ (ସକାଳ ଖବର ଜିଲ୍ଲା ପ୍ରତିନିଧି) ଓ ପରମାନନ୍ଦ ମିଶ୍ର (ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି) ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ସହିତ କ୍ରୀଡାରେ ଆଗୁଆ ହେବାକୁ ପ୍ରେରଣା ଦେଇଥିଲେ।

ଡ଼. ମୁକୁନ୍ଦ ଦାଶ (ସୂଚନା ଓ ଲୋକସମ୍ପର୍କ ଅଧିକାରୀ) କହିଥିଲେ ଯେ, ଖେଳକୁଦ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ଶିଷ୍ଟାଚାର ଏବଂ ଭବିଷ୍ୟତରେ ଜାତୀୟ-ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ପାଇବାର ପଥକୁ ସଜାଏ।

ମଞ୍ଚ ପରିଚାଳନା କଲେ ଭୀଷ୍ମଦେବ ଦାଶ, ଯେଉଁଥିରେ ଅନ୍ୟ ସମସ୍ତ କର୍ମଚାରୀ, ଅଧ୍ୟାପକ–ଅଧ୍ୟାପିକାମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।

ଶେଷରେ ସରୋଜ ନାଏକ ଧନ୍ୟବାଦ ଜ୍ଞାପନ କଲେ।

No video available for this news.