Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Sports > India Vs SA : ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇଲା ଭାରତ, ସିରିଜ ବିଜୟୀ

India Vs SA : ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇଲା ଭାରତ, ସିରିଜ ବିଜୟୀ

By brother ansu Dec 06, 2025 1 min read
India Vs SA : ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇଲା ଭାରତ, ସିରିଜ ବିଜୟୀ
India Vs SA : ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇଲା ଭାରତ, ସିରିଜ ବିଜୟୀ

ଭାରତ ଆଗରେ ବିଜୟ ପାଇଁ ୨୭୧ ରନର ଲକ୍ଷ୍ୟ ଥିବାବେଳେ ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୭୫ ରନ କରିଥିବାବେଳେ ଜୟସ୍ବାଲ ଅପରାଜିତ ୧୧୬ ରନ କରିଥିଲେ । ସେହିପରି ବିରାଟ କୋହଲି ବିସ୍ଫୋରକ ଇନିଂସ ଖେଳି ମାତ୍ର ୪୫ ବଲରେ ୬୫ ରନ କରିଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଗରେ ଦକ୍ଷିଣ ଆଫ୍ରିକୀୟ ବୋଲର ନିସ୍ପ୍ରଭ ଜଣାପଡ଼ୁଥିଲେ । ଦଳ ପକ୍ଷରୁ ଏକମାତ୍ର  ୱିକେଟ କେଶବ ମହାରାଜ ନେଇଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ରିୟାନ ରିକଲଟନଙ୍କ ଓ୍ବିକେଟ ହରାଇଥିଲେ ବି କ୍ବିଣ୍ଟନ ଡି’କକ ଓ ଟେମ୍ବା ବାଭୁମା ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । ବାଭୁମା ୪୮ ରନ କରି ଆଉଟ ହୋଇଥିବାବେଳେ ଡିକକ୍  ନିଜର ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ସେ ୧୦୬ ରନର ଏକ ଆକର୍ଷଣୀୟ ପାଳି ଖେଳିଥିଲେ । ସେହିପରି ମାଥ୍ୟୁ ବ୍ରିଜକେ ୨୪ ରନ କରିଥିବାବେଳେ ଡେଓ୍ବାଲ୍ଡ ବ୍ରେଭିସ ୨୯ ରନ କରିଥିଲେ । ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଦଳ ୨୭୦ ରନ କରି ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ କୂଳଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ୪ଟି  ଲେଖାଏଁ ଓ୍ବିକେଟ ନେଇଥିଲେ ।

No video available for this news.