Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Sports > ପ୍ରଥମ ଡଙ୍ଗରିଆ କନ୍ଧ ଜାତୀୟ ଖେଳାଳି ଭାବେ ଐତିହାସିକ ସଫଳତା

ପ୍ରଥମ ଡଙ୍ଗରିଆ କନ୍ଧ ଜାତୀୟ ଖେଳାଳି ଭାବେ ଐତିହାସିକ ସଫଳତା

By brother ansu Dec 16, 2025 1 min read
ପ୍ରଥମ ଡଙ୍ଗରିଆ କନ୍ଧ ଜାତୀୟ ଖେଳାଳି ଭାବେ ଐତିହାସିକ ସଫଳତା

ରାୟଗଡ଼ା ଜିଲ୍ଲାର ବିଷମ କଟକ ବ୍ଲକ୍ ଅନ୍ତର୍ଗତ କୁର୍ଲି ଗ୍ରାମ ପଞ୍ଚାୟତର ଖମ୍ବେଶି ଗ୍ରାମ ପାଇଁ ଏହା ଏକ ଐତିହାସିକ ଓ ଗର୍ବର ଖବର।

ନିୟାମଗିରି ପାହାଡ଼ ଉପରେ ବସୋବାସ କରୁଥିବା ବିରଳ PVTG ଜନଜାତି ଡଙ୍ଗରିଆ କନ୍ଧ ସମୁଦାୟରୁ ପ୍ରଥମ ଜାତୀୟ ସ୍ତରର କ୍ରୀଡ଼ାବିଦ୍ ଭାବେ ପରିଚିତ ହୋଇଛନ୍ତି ଯୁବ କ୍ରୀଡ଼ାବିଦ୍ ରବୀନ୍ଦ୍ର ୱାଡାକା।

ସେ ଓଡ଼ିଶା ଟିମ୍ ପକ୍ଷରୁ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଅଂଶଗ୍ରହଣ କରି, ପାଟନା, ବିହାର ରେ ଆୟୋଜିତ All India Civil Services National Athletics Championship 2025ରେ ୧୩ ଡିସେମ୍ବରରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ନିଜ କୌଶଳ ପ୍ରଦର୍ଶନ କରିଥିଲେ।

ତାଙ୍କ ସଫଳତା ଖମ୍ବେଶି ଗ୍ରାମ, କୁର୍ଲି ପଞ୍ଚାୟତ, ବିଷମ କଟକ ବ୍ଲକ୍ ଓ ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ବିଷୟ। ଗ୍ରାମୀଣ ଓ ଆଦିବାସୀ ଯୁବପିଢ଼ି ପାଇଁ ତାଙ୍କ ସଫଳତା ଏକ ବଡ଼ ପ୍ରେରଣା।

ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରୁ ରବୀନ୍ଦ୍ର ୱାଡାକାଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା।

No video available for this news.