Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Sports > ନିୟମଗିରିରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ — ଯୁବକଙ୍କ ନେତୃତ୍ୱରେ ଓଡ଼ିଶାର ଗର୍ବ ଗାଥା

ନିୟମଗିରିରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ — ଯୁବକଙ୍କ ନେତୃତ୍ୱରେ ଓଡ଼ିଶାର ଗର୍ବ ଗାଥା

By brother ansu Mar 25, 2026 1 min read
ନିୟମଗିରିରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ — ଯୁବକଙ୍କ ନେତୃତ୍ୱରେ ଓଡ଼ିଶାର ଗର୍ବ ଗାଥା
ନିୟମଗିରିରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ — ଯୁବକଙ୍କ ନେତୃତ୍ୱରେ ଓଡ଼ିଶାର ଗର୍ବ ଗାଥା

ଅଲ୍ ଇଣ୍ଡିଆ ସିଭିଲ୍ ସର୍ଭିସେସ୍ ଖୋ-ଖୋ ପ୍ରତିଯୋଗିତା ୨୦୨୫-୨୬ରେ ଓଡ଼ିଶା ପାଇଁ ଏକ ଗର୍ବର ଅଧ୍ୟାୟ ଲେଖାଯାଇଛି। ମହାରାଷ୍ଟ୍ରର ପୁନେ ଅବସ୍ଥିତ ଶ୍ରୀ ଶିବ ଛତ୍ରପତି କ୍ରୀଡ଼ା ସଂକୁଳ, ବାଲେୱାଡିରେ ୧୯ ରୁ ୨୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଏହି ବିଶାଳ ଖୋ-ଖୋ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଉଦ୍ଘାଟନ ଅବସରରେ ଓଡ଼ିଶା ଦଳ ଶୃଙ୍ଖଳା, ଏକତା ଓ ସଂଘଟିତ ଶକ୍ତିର ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲା। ମାର୍ଚ୍ଚ ପାଷ୍ଟରେ ପୁରୁଷ ଓ ମହିଳା ଦୁହେଁ ଦଳ ପ୍ରଥମ ସ୍ଥାନ ଅଧିକାର କରି ଟ୍ରୋଫି ଜିତିଥିଲେ।

ବିଶେଷ କରି ଓଡ଼ିଶା ମହିଳା ଖୋ-ଖୋ ଦଳ ତାଙ୍କର ଦମଦାର ଖେଳ ଦେଖାଇଥିଲେ। କ୍ୱାର୍ଟର ଫାଇନାଲ୍‌ରେ କେରଳ ଦଳକୁ ପରାଜିତ କରି ସେମାନେ ସେମି ଫାଇନାଲ୍‌କୁ ପ୍ରବେଶ କରିଥିଲେ। ସେମି ଫାଇନାଲ୍‌ରେ ଆୟୋଜକ ଓ ଶକ୍ତିଶାଳୀ ମହାରାଷ୍ଟ୍ର ପୁନେ ଦଳ ସହିତ ମୁକାବିଲାରେ ଓଡ଼ିଶା ଦଳ ପରାଜିତ ହୋଇଥିଲେ।

କିନ୍ତୁ ସେଠାରେ ଓଡ଼ିଶା ଦଳ ଥାମି ନଥିଲା। ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚ୍‌ରେ ଶକ୍ତିଶାଳୀ ଆରଏସବି ମୁମ୍ବାଇ ଦଳ ବିରୋଧରେ ଓଡ଼ିଶା ମହିଳା ଦଳ ଜବରଦସ୍ତ କମ୍ବ୍ୟାକ୍ କରି ବ୍ରୋଞ୍ଜ ପଦକ ଜିତିଥିଲେ।

ଏହି ସଫଳତାର ପଛରେ ମହିଳା ଦଳର ମ୍ୟାନେଜର ଭାବେ ଯିଏ ଦଳକୁ ନେତୃତ୍ୱ ଦେଇଥିଲେ — ରବିନ୍ଦ୍ର ୱାଡ଼ାକା। ସେ ନିୟମଗିରି ପାହାଡ଼ ଅଞ୍ଚଳର ଖମ୍ବେସି ଗ୍ରାମର ଡ଼ଙ୍ଗରିଆ କନ୍ଧ (ପିଭିଟିଜି) ଯୁବକ। ତାଙ୍କର ନେତୃତ୍ୱ, ସମର୍ପଣ ଓ ପରିଚାଳନା ଦକ୍ଷତା ଦଳକୁ ଏହି ଗର୍ବଜନକ ସଫଳତା ଦେଇଛି।

ଏହି ସଫଳତା ପାଇଁ ଓଡ଼ିଶା ଗୃହ ବିଭାଗ, ଓଡ଼ିଶା ସିଭିଲ୍ ସର୍ଭିସେସ୍ ସାଂସ୍କୃତିକ ଓ କ୍ରୀଡ଼ା ବିଭାଗ, ଓଡ଼ିଶା ଶିକ୍ଷା ବିଭାଗ, ରାୟଗଡ଼ା ଜିଲ୍ଲା ଶିକ୍ଷା ବିଭାଗ ସହିତ ଲେଲିବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ମୁଖ୍ୟଶିକ୍ଷକ ନେତାଜୀ ବେହେରାଙ୍କୁ ଆଭାର ଓ କୃତଜ୍ଞତା ଜଣାଯାଇଛି।

ଏହି ସଫଳତା କେବଳ ଦଳ ପାଇଁ ନୁହେଁ, ବରଂ ଗ୍ରାମ, ସମୁଦାୟ, ବ୍ଲକ୍, ଜିଲ୍ଲା ଓ ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଦେଖାଯାଉଛି।

No video available for this news.