ଶଙ୍କଟ ମୋଚନ ହନୁମାନ ମନ୍ଦିରରେ ଭକ୍ତିମୟ ପରିବେଶରେ ନାମଯଜ୍ଞ
ରାଜଗାଙ୍ଗପୁର, ତା: ୦୪-୦୪-୨୦୨୬ — ରାଜଗାଙ୍ଗପୁର ଷ୍ଟେସନ ପଡ଼ା ସ୍ଥିତ ଶ୍ରୀ ଶ୍ରୀ ଶଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଭକ୍ତିମୟ ପରିବେଶରେ ୨୪ ପ୍ରହର ଅଖଣ୍ଡ ନାମ ସଙ୍କୀର୍ତ୍ତନ ସଫଳତାର ସହିତ ସମ୍ପନ୍ନ ହୋଇଛି।
ମଙ୍ଗଳବାର ଦିନ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ସହ ଏହାର ଆରମ୍ଭ ହୋଇଥିଲା। ବୁଧବାର ସକାଳ ୭ ଘଟିକାରେ ନାମ ଧାରଣ ସହ ୨୪ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଶୁଭାରମ୍ଭ କରାଯାଇଥିଲା। ଗୁରୁବାର ଦିନ ପବନପୁତ୍ର ଶ୍ରୀ ହନୁମାନଙ୍କ ଜନ୍ମୋତ୍ସବ ଧୁମଧାମରେ ପାଳନ କରାଯାଇଥିଲା।
ଶନିବାର ସକାଳ ୮ ଘଟିକାରେ ପୂର୍ଣ୍ଣାହୁତି ପରେ ନଗର ସଙ୍କୀର୍ତ୍ତନ ବିସର୍ଜନ, ଦହିହାଣ୍ଡି ଭଞ୍ଜନ, ଯମୁନା ସ୍ନାନ ଓ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
ଏହି ମହୋତ୍ସବରେ ପ୍ରାୟ ୧୫ଟି କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ସଙ୍କୀର୍ତ୍ତନ କରିଥିଲେ, ଯାହା ଭକ୍ତମାନଙ୍କୁ ଭାବବିହ୍ବଳ କରିଥିଲା। ମହିଳା, ପୁରୁଷ, ବୃଦ୍ଧ, ବୃଦ୍ଧା ଓ କୁନି କୁନି ପିଲାମାନେ ହଜାର ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇ ପରିବେଶକୁ ବୃନ୍ଦାବନ ମୟ କରିଥିଲେ।
"ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ" ନାମରେ ସମଗ୍ର ଅଞ୍ଚଳ ଗୁଞ୍ଜାୟମାନ ହୋଇଯାଇଥିଲା।
୨୦୦୨ ମସିହାରୁ ଏହି ପବିତ୍ର ପରମ୍ପରାକୁ ଅବିରତ ଭାବେ ଅଗ୍ରସର କରିଆସୁଛନ୍ତି ଶ୍ରୀ ଉମା ଶଙ୍କର ଦୁବେ, ଅରୁଣ ମାହାନ୍ତି, ଅଜୟ କୁମାର ସାହୁ, ଅରବିନ୍ଦ କାନାନୀ, ଆଶିଷ ଘୋଷ ଓ ଅନ୍ୟାନ୍ୟ ସେବାୟତମାନେ। ସମସ୍ତ ନିତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ ହେଉଥିବାରୁ ଭକ୍ତମାନେ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଛନ୍ତି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.