ରାଜଗାଙ୍ଗପୁରରେ “କୃଷ୍ଣା ବିକାଶ ଗାଢୋଦିଆ ଗ୍ଲୋବାଲ ସ୍କୁଲ” ଉଦ୍ଘାଟନ | ଉନ୍ନତ ଶିକ୍ଷା ପାଇଁ ନୂଆ ପଦକ୍ଷେପ
ରାଜଗାଙ୍ଗପୁର, ତା ୦୯ ଏପ୍ରିଲ ୨୦୨୬: ରାଜଗାଙ୍ଗପୁର ସହରରେ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ “କୃଷ୍ଣା ବିକାଶ ଗାଢୋଦିଆ ଗ୍ଲୋବାଲ ସ୍କୁଲ” ର ଶୁଭାରମ୍ଭ ହୋଇଛି। ସହରର ପ୍ରସିଦ୍ଧ ବ୍ୟବସାୟୀ ଏବଂ ସ୍କାନ ଷ୍ଟିଲ କମ୍ପାନୀର ମାଲିକ ଶ୍ରୀ ନିମିଷ ଗାଢୋଦିଆ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ବିନିତା ଗାଢୋଦିଆଙ୍କ ପ୍ରୟାସରେ ଏହି ସ୍କୁଲ ସ୍ଥାପିତ ହୋଇଛି।
ବାଣ୍ଟୁପଡା ଅଞ୍ଚଳରେ ୭ ଏକର ବିଶାଳ ଜମିରେ ନିର୍ମିତ ଏହି ସ୍କୁଲରେ କୁନି ପିଲା ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶିକ୍ଷା ସୁବିଧା ଯୋଗାଇ ଦିଆଯିବ। ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ ବୈଦ୍ଧିକ, ଶାରୀରିକ, ମାନସିକ ଓ ସାମାଜିକ ବିକାଶକୁ ଗୁରୁତ୍ୱ ଦିଆଯିବ।
ସ୍କୁଲ ର ଉଦ୍ଘାଟନ ଶ୍ରୀମତୀ ସରସ୍ବତୀ ଗାଢୋଦିଆଙ୍କ କରକମଳରେ ଫିତା କାଟି ଓ ଦୀପ ପ୍ରଜ୍ଵଳନ ମାଧ୍ୟମରେ କରାଯାଇଥିଲା।
ଏହି ଅବସରରେ ସ୍କୁଲ ଟ୍ରଷ୍ଟି ଶ୍ରୀମତୀ ବିନିତା ଗାଢୋଦିଆ କହିଥିଲେ ଯେ, ରାଜଗାଙ୍ଗପୁରରେ ଏକ ଉନ୍ନତ ଶିକ୍ଷା ପ୍ରତିଷ୍ଠାନର ଅଭାବକୁ ଦୃଷ୍ଟିରେ ରଖି ଏହି ସ୍କୁଲ ସ୍ଥାପନା କରାଯାଇଛି ଏବଂ ପିଲାମାନଙ୍କର ଲୁକାୟିତ ପ୍ରତିଭାକୁ ଆଗକୁ ଆଣିବାରେ ଏହା ମୁଖ୍ୟ ଭୂମିକା ନେବ।
ଓଡ଼ିଶାର ପ୍ରସିଦ୍ଧ କୃଷ୍ଣା ବିକାଶ ଗୃପର ଅଧ୍ୟକ୍ଷ ଶ୍ରୀ ଦାସାରୀ ମୁରଲୀ କୃଷ୍ଣ ମଧ୍ୟ ଏହି ଅବସରରେ ଉପସ୍ଥିତ ଥାଇ କହିଥିଲେ ଯେ, ଏହି ସ୍କୁଲ ନୂଆ ଶିକ୍ଷା ପଦ୍ଧତିରେ ପଶ୍ଚିମ ଓଡ଼ିଶାର ଶିକ୍ଷା ମାନକୁ ଆଉ ଉଚ୍ଚ ସ୍ତରକୁ ନେଇଯିବ।
ଏହି ଉଦ୍ଘାଟନୀ ଅବସରରେ ଶ୍ରୀ ସାବରମଲ ଗାଢୋଦିଆଙ୍କ ପରିବାର ସଦସ୍ୟମାନେ, ଶ୍ରୀ ସଞ୍ଜୟ ଗାଢୋଦିଆ, ପବନ ଗାଢୋଦିଆ, ରାଜେଶ ଗାଢୋଦିଆ, ଡଃ ଏସ ଏନ୍ ପଣ୍ଡା, ଅଶ୍ଵିନୀ ନାୟକ, ଅବଦୁଲ ରହିମ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଉପସ୍ଥିତ ଅଭିଭାବକ ଓ ଅତିଥିମାନେ ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ଏହା ଆଗାମୀ ଦିନରେ ଏକ ଆଦର୍ଶ ଶିକ୍ଷା ପ୍ରତିଷ୍ଠାନ ହେବ ବୋଲି ଆଶା ପ୍ରକାଶ କରିଥିଲେ।
ରାଜଗାଙ୍ଗପୁରରୁ ରମେଶ ସୋନିଙ୍କ ରିପୋର୍ଟ।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.