ସିଜିମାଳି ପାହାଡ଼ ଘଟଣା: ଜନତା-ପୋଲିସ ଖଣ୍ଡଯୁଦ୍ଧର ତଦନ୍ତ କଲା ପ୍ରଦେଶ କଂଗ୍ରେସ, ଆଦିବାସୀ ଅତ୍ୟାଚାର ନେଇ ତୀବ୍ର ନିନ୍ଦା
ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍ ଅନ୍ତର୍ଗତ ସିଜିମାଳି ପାହାଡ଼ରେ ସାଧାରଣ ଜନତା ଓ ପୋଲିସ ମଧ୍ୟରେ ଘଟିଥିବା ଖଣ୍ଡଯୁଦ୍ଧ ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ଥଳ ପରିଦର୍ଶନ କରାଯାଇଛି। ଏହି ଘଟଣାକୁ କମିଟି ପକ୍ଷରୁ ଦୃଢ ଭାବେ ନିନ୍ଦା କରାଯାଇଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ରାତି ୨.୩୦ ବେଳେ ଗାଁକୁ ପ୍ରବେଶ କରିଥିଲେ ଏବଂ ଆଦିବାସୀ ଲୋକଙ୍କ ଘର ଉପରେ ଡ୍ରୋନ ଉଡାଇଥିଲେ। ଏହା ସହ ଶୌଚ ସମୟରେ ମଧ୍ୟ ଡ୍ରୋନ ମନିଟରିଂ ହେଉଥିବା ଅଭିଯୋଗ ଆସିଛି, ଯାହା ଗୋପନୀୟତା ଉପରେ ଗୁରୁତର ଆଘାତ ବୋଲି କୁହାଯାଇଛି। ପୋଲିସଙ୍କ ପକ୍ଷରୁ ବାରମ୍ବାର ପେଟ୍ରୋଲିଂ ଓ ବିଏନଏସ ଧାରା ୧୬୩ ଲାଗୁ କରାଯାଇଥିବାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରଦେଶ କଂଗ୍ରେସ କମିଟି କହିଛି ଯେ ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଆଦିବାସୀଙ୍କ ଉପରେ ଏପରି ଅତ୍ୟାଚାର ଘଟଣା ଦୁଃଖଦ ଓ ନିନ୍ଦନୀୟ। ଏହାକୁ ନେଇ ଆଗାମୀ ଦିନରେ ରାଜପଥରେ ଆନ୍ଦୋଳନ କରାଯିବାକୁ ସଚେତନ କରାଯାଇଛି।
ଏହି ତଦନ୍ତ ଦଳରେ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଏବଂ ସାଂସଦ ଶପ୍ତଗିରୀ ଶଙ୍କର ଉଲ୍ଲାକା, ସହ-ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ବିଧାୟକ ତାରାପ୍ରସାଦ ବାହିନୀପତି, ରାମଚନ୍ଦ୍ର କାଡାମୁ, ସତ୍ୟଜିତ ଗମାଙ୍ଗ, ନୀଳମାଧବ ହିକକା, ମଙ୍ଗୁ ଖିଲ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ରାଜ୍ୟ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ଓ ଅମିତା ବିଶ୍ୱାଳ ସହିତ ଅନ୍ୟାନ୍ୟ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ।
ଦଳ କାଶୀପୁର ବ୍ଲକର ଶାଗବାରୀ ଗ୍ରାମରେ ପହଞ୍ଚି ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନ କରିଥିଲେ। ଏହା ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଜାତୀୟ ସ୍ତରରେ ପ୍ରଦାନ କରାଯିବ ବୋଲି କମିଟି ସୂଚନା ଦେଇଛି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.