Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ସିଜିମାଳିରେ ପୋଲିସ୍ ଦମନକୁ ନେଇ ୪ ବାମ ଦଳର ତୀବ୍ର ପ୍ରତିକ୍ରିୟା | କାଶୀପୁରରେ ଧାରା ୧୬୩ ଜାରି

ସିଜିମାଳିରେ ପୋଲିସ୍ ଦମନକୁ ନେଇ ୪ ବାମ ଦଳର ତୀବ୍ର ପ୍ରତିକ୍ରିୟା | କାଶୀପୁରରେ ଧାରା ୧୬୩ ଜାରି

By brother ansu Apr 10, 2026 0 min read
ସିଜିମାଳିରେ ପୋଲିସ୍ ଦମନକୁ ନେଇ ୪ ବାମ ଦଳର ତୀବ୍ର ପ୍ରତିକ୍ରିୟା | କାଶୀପୁରରେ ଧାରା ୧୬୩ ଜାରି
ସିଜିମାଳିରେ ପୋଲିସ୍ ଦମନକୁ ନେଇ ୪ ବାମ ଦଳର ତୀବ୍ର ପ୍ରତିକ୍ରିୟା | କାଶୀପୁରରେ ଧାରା ୧୬୩ ଜାରି

ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଞ୍ଚଳରେ ଏପ୍ରିଲ ୭ ତାରିଖ ଭୋର ସମୟରେ ଘଟିଥିବା ପୋଲିସ୍ ଦମନ ଘଟଣାକୁ ନେଇ ରାଜ୍ୟର ୪ଟି ବାମ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ୍) ଲିବରେସନ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳକୁ ଗସ୍ତ କରି ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଓ ସ୍ଥିତିର ସମୀକ୍ଷା କରିଥିଲେ।

ସୂଚନା ଅନୁସାରେ, ଭୋର ପ୍ରାୟ ୩ଟା ସମୟରେ ସଶସ୍ତ୍ର ପୋଲିସ୍ ବାହିନୀ କଣ୍ଟାମାଳ ଗାଁକୁ ଘେରାଉ କରି ପ୍ରଥମେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ। ପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ, ଘର ଭାଙ୍ଗିବା ଓ ବ୍ଲାଙ୍କ ଫାୟାରିଂ ମାଧ୍ୟମରେ ଗ୍ରାମବାସୀଙ୍କୁ ଭୟଭୀତ କରାଯାଇଥିବା ଅଭିଯୋଗ ଆସିଛି।

ଏହି ଘଟଣାରେ ପୁରୁଷ ଓ ମହିଳାମାନେ ଆହତ ହୋଇଥିବା ସହିତ ଲୁହବୁହା ଗ୍ୟାସ୍ ପ୍ରଭାବରେ ଗୋଟିଏ ପଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଚାରି ବାମ ଦଳ କହିଛନ୍ତି ଯେ, ଏହା ଆଦିବାସୀମାନଙ୍କର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଉପରେ ସିଧାସଳଖ ଆକ୍ରମଣ। ସେମାନେ ଡବଲ ଇଞ୍ଜିନ ସରକାର ଉପରେ ଆକ୍ରମଣ କରି କହିଛନ୍ତି ଯେ, ଖଣି ଖନନ, ଜମି ଅଧିଗ୍ରହଣ ଓ ବିସ୍ଥାପନ ବିରୋଧରେ ଲୋକଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବ।

ଏହା ସହିତ କାଶୀପୁର ବ୍ଲକରେ ଧାରା ୧୬୩ (ବି.ଏନ୍.ଏସ୍) ଜାରି କରାଯାଇଛି, ଯାହା ଅନୁସାରେ ୪ ଜଣରୁ ଅଧିକ ଲୋକ ଏକତ୍ରିତ ହେବାକୁ ନିଷେଧ ରହିଛି। ବାମ ଦଳମାନେ କହିଛନ୍ତି ଯେ, ଏହି ନିଷେଧାଦେଶ ଆଦିବାସୀମାନଙ୍କ ଦୈନନ୍ଦିନ ଜୀବନ, ଚାଷବାସ ଓ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ।

ଚାରି ବାମ ଦଳର ପ୍ରମୁଖ ଦାବିଗୁଡିକ— • ଧାରା ୧୬୩ ତୁରନ୍ତ ପ୍ରତ୍ୟାହାର

• ଗ୍ରାମସଭା ଅନୁମତି ବିନା ସମସ୍ତ ପ୍ରକଳ୍ପ ବନ୍ଦ

• ବେଦାନ୍ତ ପାଇଁ ହେଉଥିବା ରାସ୍ତା ନିର୍ମାଣ ବନ୍ଦ

• ସିଜିମାଳି ଅଞ୍ଚଳରୁ ପୋଲିସ୍ ପ୍ରତ୍ୟାହାର

• ପେସା ଓ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ

ବାମ ଦଳମାନେ ସତର୍କ କରିଛନ୍ତି ଯେ, ଯଦି ଆଦିବାସୀମାନଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଏପରି ଆକ୍ରମଣ ବନ୍ଦ ନହୁଏ, ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ ଗଢ଼ିଉଠିବ।

No video available for this news.